ବୋଲେରୋ ରେ ଗୋରୁ ଚାଲାଣ

ପୁଣି ଭଦ୍ରକ ରେ ମାତିଛନ୍ତି ଗୋ ମାଫିଆ | ଅଭିନଵ ଉପାୟ ରେ କରୁଛନ୍ତି ବେଆଇନ ଗୋ ଚାଲାଣ | ଆଜି ଭୋର ସମୟରେ ଭଦ୍ରକ ପୁରୁଣାବଜ଼ାର ଥାନା ନିକଟ ଆରଏମସି ମାର୍କେଟ ପରିସର ଭିତରୁ ବେଆଇନ ଚାଲାଣ ହେଉଥିବା ଗୋରୁ ବୋଝେଇ ପିକପ ଭେନ ପୁରୁଣା ବଜ଼ାର ପୋଲିସ ଦ୍ୱାରା ଜବତ ହୋଇଥିବା ବେଳେ ଟାଉନ ଥାନା ନିକଟ ସାହାପୁର ମସଜିଦ ନିକଟରେ ଏକ ଗୋରୁ ବୋଝେଇ ବୋଲେରୋ ଟାଉନ ପୋଲିସ ଦ୍ୱାରା ଜବତ | ଜବତ ପିକପ ରୁ 22 ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ବୋଲେରୋ ରୁ 12 ଟି ଗୋରୁ ଉଦ୍ଧାର | ଉଦ୍ଧାର ହୋଇଥିବା 34 ଗୋରୁ ଙ୍କୁ ପୋଲିସ ମଇତାପୁର ସ୍ଥିତ ଗୋଶାଳା ରେ ଭର୍ତି କରିଥିବା ବେଳେ ଗୋ ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ମାରିଛନ୍ତି |

Leave a Reply

Your email address will not be published. Required fields are marked *