ସିବିଆଇ ସମନ ବିରୋଧରେ ସୁପ୍ରିମକୋର୍ଟ ଯିବେ ଅଭିଷେକ ବାନାର୍ଜୀ

କୋଲକାତା,୨୦।୫: ଟିଏମସି ରାଷ୍ଟ୍ରୀୟ ମହାସଚିବ ତଥା ଏମ୍‌ପି ଅଭିଷେକ ବାନାର୍ଜୀ ଶନିବାର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।ସେଠାରେ ସେ ଘନ ଘନ ଜେରାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ନିକଟରେ ଏହି ମାମଲାରେ କୋଲକାତା ହାଇକୋର୍ଟ ଇଡି ଏବଂ ସିବିଆଇ ତାଙ୍କୁ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ ବୋଲି ଜଣାପଡିଛି।

ଏହି ମାମଲାରେ ସିବିଆଇ ଯାଞ୍ଚରୁ ବର୍ତ୍ତିବାକୁ ଗତ ୧୮ ତାରିଖରେ ଅଭିଷେକ କୋଲକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ କୋର୍ଟ ସିବିଆଇ, ଇଡି ପରି ଏଜେନ୍ସି ତାଙ୍କୁ ପଚରାଉଚରା କରି ପାରିବେ ବୋଲି ଅନୁମତି ଦେଇଥିଲେ। ଏହାପରେ ଆଜି ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା।

Leave a Reply

Your email address will not be published. Required fields are marked *