ତାଳଚେରରେ ବାଇକ୍ ଚୋରିର ଲାଇଭ ଭିଡିଓ

CCTV ରେ କଏଦ ହେଲା ବାଇକ୍ ଚୋରିର ଦୃଶ୍ୟ , ତାଳଚେର ସ୍ଥିତ ରେମୁଆଁ ଅଞ୍ଚଳରୁ ଚୁରି ହୋଇଥିଲା ବାଇକ୍ ସୂଚନା ଅନୁସାରେ ସମୀର ସାହୁ ନାମକ ବ୍ୟକ୍ତି ତାଙ୍କ ସାଙ୍ଗ ଘର ରେମୁଆ କୁ ବୁଲିବାକୁ ଆସିଥିଲେ ଓ ବାଇକ୍ ଟି ଘରେ ବାହାରେ ରଖିଥିଲେ l କିଛି ସମୟ ପରେ ଆସି ଦେଖିଲା ବେଳକୁ ସେଠାରେ ବାଇକ୍ ଟି ନାହିଁ l ବହୁତ ଖୁଜାଖୁଜି କଲାପରେ ନମିଳିବାରୁ ପରେ ପାଖପଡୋଶୀ ଘରେ ଲାଗିଥିବା ସିସିଟିଭି ଫୋଟଜେରେ ଦେଖିବାରୁ ଦୁଇ ଜଣ ବାଇକ୍ ରେ ଆସି ତାଙ୍କ ବାଇକ୍ ଚୋରେଇ ନେଇଯାଇଥିଲେ ଓ ପରେ ଥାନାର ଲିଖିତ ଅଭିଯୋଗ ଦେବାରୁ ସିସିଟିଭି ଦୃଶ୍ୟ କୁ ଆଧାର କରି ତାଳଚେର ସଦର ପୋଲିସ ତଦନ୍ତ କରି ଚୋର ଦୁଇଜଣ କୁ କାବୁକରିଥିଲେ l ଓ ଥାନାରେ ଆଣି ଅଟକ ରଖିଛନ୍ତି l ଚୋର ଦୁଇ ଜଣ ହେଲେ ଶର୍ମାଛକ ଓ ବାଘୁଆବୁଲ ଅଂଚଳର ବୋଲି ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି l