ସାଇସେବା ଦରବାର ପକ୍ଷରୁ ଗୁରୁପୂର୍ଣିମା ପାଳନ

ସାଇସେବା ଦରବାର ପକ୍ଷରୁ ଗୁରୁପୂର୍ଣିମା ପାଳନ।ଜଟଣୀ: ଜଟଣୀ ପାଇକରାୟ ପୁରରେ ପ୍ରତିବର୍ଷପରି ଚଳିତ ବର୍ଷ ସାଇସେବା ଦରବାର ପକ୍ଷରୁ ବହୁ ଆଡମ୍ବରରେ ପାଳନ କରାଯାଇଛି। ସାଇମନ୍ଦିରର ପ୍ରତିଷ୍ଠାତା ଶ୍ରୀ ଖେତ୍ରବାଶୀ ସାହୁଙ୍କ ପ୍ରଚେଷ୍ଟା ଓ ସାଇସେବା ଦରବାରର ପରାମର୍ଶ ଦାତା ଶ୍ରୀ ନବୀନ୍ କୁମାର ମହାପାତ୍ର ଙ୍କ ତତ୍ତ୍ୱାବଧାନ କ୍ରମେ ସାଇଙ୍କ ଦଶମ ବିଶ୍ୱଶାନ୍ତି ମହାଜଜ୍ଞ ଉତ୍ସବ ମୁଖର ହୋଇଥିଲା। ଅନୁଷ୍ଠାନର ସଭାପତି ସଂଗ୍ରାମ ସାହୁ ଓ ସଂପାଦକ କାର୍ତ୍ତିକ ମହାରଣା ମହାରଣା ଙ୍କ ସଂଯୋଜନାରେ ପଚାଷ ରୁ ଅଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରାରେ ମାନସିକ ରଖିଥିଲେ। ପାଇକରାୟ ପୁରର ବରିଷ୍ଠ ସଦସ୍ଯ ଲିଙ୍ଗ ରାଜ ସାହୁଙ୍କ ସହ କ୍ଷେତ୍ରବାସୀ ବାରିକ, ସାଇ ଦରବାରର ସଦସ୍ଯ ଋଦ୍ର ନାରାୟଣ ସାହୁ, ଅଶ୍ୱିନୀ ପଣ୍ଡା, ମାନସ ବେହେରା,ମିଲନ ସାହୁ, ଦେବ ବାରିକ, ରୋସନ୍ ସାହୁ ଙ୍କ ସହୋଯୋଗ କ୍ରମେ ଗୁରୁପୂର୍ଣିମାରେ ପୂର୍ଣା ହୁତି ସହ ରଂଗାରଂଗ କାର୍ଯ୍ଯ କ୍ରମ ଆୟୋଜିତ ହୋଇଥିଲା।