ମାଁ କନକ ଦୁର୍ଗା ପ୍ଳାମ୍ଵର ଓ ୱାଇରିଙ୍ଗ ସଂଘର ଶ୍ରମିକଦିବସ ପାଳନ

ହିଞ୍ଜିଳିକାଟୁ ୧।୫ ହିଞ୍ଜିଳିକାଟୁ ମାଁ କନକ ଦୁର୍ଗା ପ୍ଳାମ୍ଵର ଓ ୱାଇରିଙ୍ଗ ସଂଘ ତରଫରୂ ସୋମବାର ଶ୍ରମିକ ଦିବସ ପାଳନ ହୋଇଛି । ହିଞ୍ଜିଳିକାଟୁ ତରାତରାରିଣୀ ରୋଡ କଡରେ ଥିବା ସଂଘର ସଂଘ କାର୍ଯ୍ୟାଳୟ ଠାରେ ସଂଘର ସଭାପତିଙ୍କ ତତ୍ତ୍ଵାବଧାନରେରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୱାର୍ଡ଼ ନଂ ୫ ର ୱାର୍ଡ଼ ସଭ୍ୟ ବିଭୁପ୍ରସାଦ ପଣ୍ଡା ଯୋଗଦେଇଥିଲେ ।ଶ୍ରୀ ପଣ୍ଡା ସଂଘ ସଭାପତି ବିଚିତ୍ର ମୁନିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରି ଶ୍ରମିକଙ୍କ ଉତ୍ତୋରତ୍ତର ମଙ୍ଗଳକାମନା କରିଥିଲେ । ସଚେତନତା ଅଭିଯାନ ଆୟୋଜନ ମାଧ୍ୟମରେ ବୃତ୍ତିଗତ ଦୁର୍ଘଟଣା ଓ ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଦିବସ ପାଳନ କରାଯାଉଥିବା ନେଇ ପାଳନ କରାଯାଇଛି ବୋଲି ସେ କହିଛନ୍ତି । କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ଉପରେ ଗୁରୁତ୍ବାରୋପ କରାଯିବା ସହ କୌଣସି ପ୍ରକାର ପେସାଗତ ଦୁର୍ଘଟଣା ଓ ରୋଗକୁ ଦୂରେଇବା ଦିଗରେ ମଧ୍ୟ ଆବଶ୍ୟକ ରହିଛି ବୋଲି କାଉନସିଲର ପଣ୍ଡା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପସଭାପତି ଉପଦେଷ୍ଟା , ସମ୍ପାଦକ ,କୋଷାଧ୍ୟକ୍ଷ ଙ୍କ ସମତେ ସହ ସମସ୍ତ ସଦସ୍ୟ ଗଣ ଉପସ୍ଥିତ ରହି ଶ୍ରମିକ ଦିବସ ପାଳନ କରାଯାଇଛି ।

Leave a Reply

Your email address will not be published. Required fields are marked *