ବିଶିଷ୍ଟ ସାହିତ୍ୟିକ , ବରିଷ୍ଠ କବିସୁ ଲେଖକ ସ୍ୱର୍ଗତ ଈଶ୍ୱର ଚନ୍ଦ୍ର ସାମଲ ଙ୍କ ଷୋହଳ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ଢେଙ୍କାନାଳ ଲେଖକ ସଂସଦ ‌ସଭାଗୃହ ରେ ବିଶିଷ୍ଟ ସାହିତ୍ୟିକ , ବରିଷ୍ଠ କବି , ସୁଲେଖକ ସ୍ବର୍ଗତ ଈଶ୍ବର ଚନ୍ଦ୍ର ସାମଲ ଙ୍କ ଷୋହଳ ତମ ଶ୍ରାଦ୍ଧ ବାର୍ଷିକୀ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ର ସଭାପତି ବସନ୍ତ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଈଶ୍ବର ଚନ୍ଦ୍ର ସାମଲ ସ୍ମୃତି ସଂସଦ ର ସଭାପତି ସଂଗ୍ରାମ‌ କେଶରୀ ଶତପଥୀ ଙ୍କ ସଂଯୋଜନା ରେ ଜୁନ ମାସ ଉଣିଶି ତାରିଖ ଅପରାହ୍ନ ରେ ପାଳନ କରାଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପରିବେଶବିତ୍ ଓ ଶିକ୍ଷାବିତ୍ ବିଜୟ କୁମାର ସାମନ୍ତ ଓ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ସ୍ବର୍ଗତ ଈଶ୍ବର ଚନ୍ଦ୍ର ସାମଲ ଙ୍କ ବହୁମୂଖୀ ଗୁଣାବଳୀ ର ଆଲୋଚନା କରିଥିଲେ।

ସ୍ବର୍ଗତ ସାମଲ ଲେଖକ ସଂସଦ ଗଠନ , ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗଠନ ସହିତ ଅନେକ ଗଳ୍ପ ପୁସ୍ତକ, ଉପନ୍ୟାସ, କବିତା ବଳୀ ସହିତ ପୁସ୍ତକ‌ ଅନୁବାଦ କରି ଚିର ସ୍ମରଣୀୟ ହୋଇ ରହିଯାଇଛି ବୋଲି ମନେପକାଇ ଥିଲେ।ଏହି କାର୍ଯ୍ୟକ୍ରମ ରେ କବୟିତ୍ରୀ ଉପମା ସାମଲ ,ଜୋର୍ତିମୟୀ ନାଥ , କବି ବିଦ୍ୟାଧର ବାରିକ ଓ ବିପିନ ବିହାରୀ ଶତପଥୀ ସ୍ବରଚିତ କବିତାମାନ ସ୍ବର୍ଗତ ସାମଲ ଙ୍କ ଉଦେଶ୍ୟ ରେ ଗାନ କରିଥିଲେ। ଅନୁଷ୍ଠାନ ର କାର୍ଯ୍ୟକାରୀ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାୟ ପଚାଶ ଜଣ କବି ଓ କବୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିଥିଲେ।

Leave a Reply

Your email address will not be published. Required fields are marked *