ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧବାର୍ଷିକୀ ପାଳନ।

ରଘୁନାଥପୁର)ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମାନବବାଦି ଜନନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ରଘୁନାଥପୁର ବ୍ଲକଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ଆଡଭକେଟ ଗଗନ ଦାଶ, ଶରତ ଚନ୍ଦ୍ର ମହାପାତ୍ର, ସରିତ ମହାପାତ୍ର,ସନ୍ତୋଷ କୁମାର ଜେନା, ବାବାଜୀ ନାୟକ, ଅସଗର ଅଲ୍ଲି ମହମ୍ମଦ ଓ ରଶ୍ମିରଞ୍ଜନ ସ୍ବାଇଁ ପ୍ରମୁଖ ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶ, ସାମାଜିକ ଦିଗଦର୍ଶନ ଓ ଜାତୀୟତାବାଦ ସମ୍ପର୍କରେ ଆଲୋକପାତ କରିଥିଲେ।ପରିଶେଷରେ କୃଷକ ନେତା ଦେବିପ୍ରସାଦ ମହାରଣା ମହାନ ଜନସେବକଙ୍କ ସମ୍ପର୍କରେ ସ୍ମୃତିଚାରଣ କରିବା ସହ ଉତ୍କଳମଣି ଦରଦୀ ମଣିଷର ବନ୍ଧୁ ଥିଲେ ବୋଲି ପ୍ରକାଶ କରିଥିଲେ।ଏଥିରେ ସନ୍ତୋଷ ପାତ୍ର,ଉମାକାନ୍ତ ସାହୁ, ଶାରଦା ପ୍ରସାଦ ଜେନାଙ୍କ ସହ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।