ଶାନ୍ତି ଶୃଙ୍ଖଳା ର ସହ ମହାପ୍ରଭୁ ଙ୍କ ବାହୁଡ଼ା ଯାତ୍ରା ପାଳନ

ଭଞ୍ଜନଗରତାରିଖ:-28/06/2023 ଜଗନ୍ନାଥ ହେଉଛନ୍ତି ସାଢେ଼ ଚାରିକୋଟି ଜନତା ଙ୍କ ଆରାଧ୍ୟ ଦେବତା। ମହାପ୍ରଭୁ ଙ୍କ ଏହି ଯାତ୍ରା ଓଡ଼ିଶା ତଥା ଓଡିଶା ବାହାରେ ମଧ୍ୟ ଭକ୍ତ ମାନେ ଶ୍ରଦ୍ଧାର ସହ ପାଳନ କରିଥାନ୍ତି । ଆଜି ଭଞ୍ଜନଗର ସ୍ତିତ କୁଲାଡ ଗ୍ରାମରେ ମହାପ୍ରଭୁ ଙ୍କ ଏହି ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ହୋଇଥିଲା । ଜଗନ୍ନାଥ ପୂଜା କମିଟି ର ସଭାପତିତ୍ବ ସ୍ଥାନୀୟ ଭଞ୍ଜନଗର ତହସିଲଦାର ଅଚ୍ୟୁତା ନନ୍ଦ ଜାନିଙ୍କ ଦେଖରେଖା ରେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ଚାଲୁଥିବା ବେଳେ,ଲୋକେ ଶ୍ରଦ୍ଧା ପୂର୍ବକ ମହାପ୍ରଭୁ ଙ୍କ ବାହୁଡ଼ା ଯାତ୍ରା କୁ ଭକ୍ତି ର ସହ ପାଳନ କରିଥିଲେ,ଏଥି ସହ ରଥଯାତ୍ରା ଦେଖି ଆସିଥିବା ଭକ୍ତଙ୍କ ମାନଙ୍କ ମଧ୍ୟରେ ବେଶ ଉଚ୍ଚାହ ମଧ୍ୟ ଦେଖିବାକୁ ମିଳିଥିଲା lବାଇଟ:- ଶ୍ରଦ୍ଧାଳୁଏଥିରେ ପାଖାପାଖୀ ଦଶ ହଜାର ରୁ ଉର୍ଦ୍ଧ ଭକ୍ତ ଓ ସର୍ଦ୍ଧାଳୁ ଙ୍କ ଭିଡ ଜମି ଥିଲା l ବାହୁଡ଼ା ଯାତ୍ରା ଟି କିପରି ସୁରୁଖୁରୁ ରେ ପାଳନ ହେବ ସେଥି ପାଇ ଭଞ୍ଜନଗର ପୋଲିସ ସଜାଗ ରହିଥିବା ବେଳେ,ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଙ୍କ ନିମନ୍ତେ ପାନୀୟ ଜଳ ଓଆଏସ୍ ର ବ୍ୟବସ୍ଥା କରିଥିଲେ l ଏଥି ସହ ସ୍ଥାନୀୟ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମଧ୍ୟ ଉପସ୍ଥିତ ରହି ରଥଯାତ୍ରାରେ ପ୍ରଭୁ ଙ୍କ ଦର୍ଶନ କରିଥିବା ବେଳେ ଓ ସମସ୍ତଙ୍କ ଶୁଭ ମାନସୀ ଥିଲେ।
ରିପୋଟର:-ଶିବ ଶଙ୍କର ପ୍ରଧାନ