ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ତାର ସାଧାରଣ ବୈଠକ ଫୋରମ୍ ର ରାଜ୍ୟ ସ୍ଥାୟୀ ସଭାପତି ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପରିଦର୍ଶନ ରେ ରହଣି ସ୍ଥାନ ତେଲେଙ୍ଗା ପେଣ୍ଠ ର ନୟାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ସର୍ବପ୍ରଥମେ ଅନୁଷ୍ଠାନ ର ଉପଦେଷ୍ଟା ମଣ୍ଡଳୀ ନ୍ୟାୟ ମୂର୍ତ୍ତି ଭିକାରୀ ଚରଣ ରାଉତ, ଅବସରପ୍ରାପ୍ତ ସ୍ଵତନ୍ତ୍ର ବିଚାରପତି ସିବିଆଇ, ସନାତନ ମଲ୍ଲିକ, ଅବସରପ୍ରାପ୍ତ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ତଥା ଅବସରପ୍ରାପ୍ତ ଜିଲ୍ଲାପାଳ ବାଲେଶ୍ଵର, ଡକ୍ଟର ପ୍ରମୋଦ କୁମାର ମହାପାତ୍ର, ବୈଜ୍ଞାନିକ ଓ ସାହିତ୍ୟିକ ତଥା ଦୈନିକ ଖବରକାଗଜ ସମାଜ ର ସମ୍ପାଦକ, ମନୋରଞ୍ଜନ ମହାପାତ୍ର, ଅତିରିକ୍ତ ନିର୍ଦ୍ଦେଶକ ଲୋକାଲ ଫଣ୍ଡ ଅଡିଟ ଓଡ଼ିଶା ତଥା ଅଧ୍ୟକ୍ଷ ପୂଣ୍ୟ ଉତ୍କଳ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି, ଉପସଭାପତି ମଣ୍ଡଳୀ, ସାଧାରଣ ସମ୍ପାଦକ, ସମ୍ପାଦକ ମଣ୍ଡଳୀ, ରାଜ୍ୟ ପ୍ରବକ୍ତା, କେନ୍ଦ୍ରୀୟ ପ୍ରତିନିଧି,କୋର କମିଟି, ପରାମର୍ଶଦାତା କମିଟି ଓ ସମସ୍ତ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଗ୍ରହଣ ରେ ତେଲେଙ୍ଗା ପେଣ୍ଠ ସ୍ଥିତ ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। କଟକ ଜିଲ୍ଲାର ଜିଲ୍ଲାପାଳଙ୍କ ଉପସ୍ଥିତ ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ପରେ ନୟାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରେ ସାଧାରଣ ବୈଠକ ଫୋରମ୍ ର ସଭାପତି ଶ୍ରୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ସଭାକାର୍ଯ୍ୟ ପୂର୍ବରୁ ଜଗତର ନାଥ ଜଗନ୍ନାଥ, ଜାତିର ଜନକ ମହାତ୍ମା ଗାନ୍ଧୀ, ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଙ୍କୁ ବିଦ୍ୟାଳୟ ପରିସରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ପରେ ସାଧାରଣ ବୈଠକ ଆରମ୍ଭ ହୋଇଥିଲା। ଏହି ବୈଠକରେ ଫୋରମ୍ ର ଉପଦେଷ୍ଟା ମଣ୍ଡଳୀ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷକ ଙ୍କ ଭୂମିକା ର ଭୂୟସୀ ପ୍ରଶଂସା କରିଥିଲେ। ନ୍ୟାୟ ମୂର୍ତ୍ତି ଶ୍ରୀ ରାଉତ ବର୍ତ୍ତମାନ ପରିସ୍ଥିତି ରେ ଜାତୀୟ ଶିକ୍ଷକ ମାନେ ବିଭିନ୍ନ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ଗଢି ଗୁଣାତ୍ମକ ଶିକ୍ଷାଦାନ ର‌ ମାନବୃଦ୍ଧି କରିବା ପାଇଁଁ ସରକାର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଙ୍କୁ ଦାୟିତ୍ଵ ବହନ କରିବାକୁ ଦେବା ପାଇଁ ଅନୁରୋଧ କରିଥିଲେ।
ଅବସରପ୍ରାପ୍ତ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ଓ‌ ଜିଲ୍ଲା ପାଳ ବାଲେଶ୍ଵର ଶ୍ରୀ ମଲ୍ଲିକ ଶିକ୍ଷା କ୍ଷେତ୍ରରେ ଗୁରୁ ଙ୍କ ଭୂମିକା ର ଭୂୟସୀ ପ୍ରଶଂସା କରିଥିଲେ ଓ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାମିଲ କରିବାକୁ ଆହ୍ବାନ ଦେଇଥିଲେ। ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷାଦାନ ଶୈଳୀର ଭୂୟସୀ ପ୍ରଶଂସା କରିଥିଲେ। ଦୈନିକ ଖବରକାଗଜ ସମାଜ ର ସମ୍ପାଦକ ତଥା ବିଶିଷ୍ଟ ବୈଜ୍ଞାନିକ ଓ ସାହିତ୍ୟିକ ଶ୍ରୀ ମହାପାତ୍ର ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଙ୍କୁ ସରକାରୀ କାର୍ଯ୍ୟ ଗୁରୁତ୍ବ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ବିଭିନ୍ନ ରାଜ୍ୟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦିଆଯାଇଥିବା ସହାୟତା ବିଷୟରେ ଫୋରମ୍ ର ସଭାପତି ଓ କର୍ମକର୍ତ୍ତା ମାନଙ୍କ ଠାରୁ ଶୁଣିବାପରେ ଶ୍ରୀ ମହାପାତ୍ର ସରକାର ଏଦିଗରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ଅନ୍ୟ ତମ ଉପଦେଷ୍ଟା ପୂଣ୍ୟ ଉତ୍କଳ ର ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଯୁଗେ ଯୁଗେ ଗୁରୁ ମହାନ୍ ବୋଲି ଉଦାହରଣ ଦେଇ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ‌ ଦ୍ବାରା ଶିକ୍ଷା ର ଗୁଣାତ୍ମକ ମାନ ନିଶ୍ଚିତ ଭାବରେ ବୃଦ୍ଧି ପାଇବ ବୋଲି ଉଦାହରଣ ଦେଇ ଆଜିର ସମୟରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଶିକ୍ଷା କ୍ଷେତ୍ରରେ ବିଶେଷ ଦାୟିତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ।
ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ପଦ୍ମଶ୍ରୀ ଡଃ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଉପସ୍ଥିତ ହୋଇନଥିବା ରୁ ବାର୍ତ୍ତା ମାଧ୍ୟମରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ‌‌ କାର୍ଯ୍ୟ ର‌ ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ ଉପସଭାପତି ଓମ୍ ପ୍ରକାଶ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନ ର ପ୍ରବକ୍ତା ମୁରଲୀଧର ପରିଡ଼ା ସଂଯୋଜନା କରିଥିଲେ। ଚଳିତ ବର୍ଷ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଶିଶେଖର କରଶର୍ମା, ସୁବାସ ଚନ୍ଦ୍ର ରାଉତଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ, ଟ୍ରଫି ଦେଇ ରାଜକୀୟ ବେଶ ରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟ କର୍ମ ରେ ଅନୁଷ୍ଠାନ ର କର୍ମକର୍ତ୍ତା ଦୁଃଖବନ୍ଧୁ ସାହୁ, କୃଷିଦା ବେଗମ୍,ରାଧାଶ୍ଯାମ ପଣ୍ଡା, ଅନସୂୟା ମିଶ୍ର, ଶ୍ରୀ କୁମାର କବି, ଡଃ ଗଙ୍ଗୋତ୍ରୀ ଦେବୀ, ସଞ୍ଜୁ ବାଳା ମିଶ୍ର, ବୈଲୋଚନ ସାହୁ, ଅଜିତ୍ କୁମାର ସେଠୀ,ଗଗନ ବିହାରୀ ପଣ୍ଡା, ବସନ୍ତ କୁମାର ସାହୁ,ବିନୟ କୁମାର ପାଣି,ବିବାସିନୀ ମିଶ୍ର,କଲ୍ୟାଣୀ ନାୟକ, ମିନତୀ କୁମାର ପଟ୍ଟନାୟକ, କ୍ରିଷ୍ଣା କୁମାରୀ ଦେଇ, ଚାରୁଲତା ମିଶ୍ର, ଲମ୍ବୋଦର ସାହୁ, ଉର୍ମିଳା ସାମଲ, ଅନନ୍ୟା ମିଶ୍ର,ଜ୍ଯୋର୍ତିମୟୀ ନାଥ, ହେମଲତା ବେଗମ୍, ମନୋଜ ମଞ୍ଜରୀ ଲେଙ୍କା, ନିହାରବାଳା ରାଉତ, ଆଲୋଚନା ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟ ର ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁବାଳା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ନୟାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ‌ ସହଯୋଗ ରେ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟ ବୈଠକ ଉପସଭାପତି ମଣ୍ଡଳୀ ଙ୍କ ଦ୍ଵାରା କରାଯାଇ ଯୋଜନା ଓ ସମନ୍ବୟ କମିଟି, ଇଭେଣ୍ଟ ମ୍ୟାନେଜମେଣ୍ଟ କମିଟି, ଫାଇନାନ୍ସ କମିଟି,ଓ ଏଡିଟରିଆଲ ବୋର୍ଡ ଗଠନ କରାଯାଇଥିଲା, ଏହାକୁ ଅନୁଷ୍ଠାନ ର ସଭାପତି ଶ୍ରୀ ସାହୁ ଅନୁମୋଦନ କରିଥିଲେ।

Leave a Reply

Your email address will not be published. Required fields are marked *