ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ଵାରା “ରାଷ୍ଟ୍ରୀୟ ଏକତା ଦିବସ” ପାଳନ

ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ଵାରା “ରାଷ୍ଟ୍ରୀୟ ଏକତା ଦିବସ” ପାଳନ ।ଜଟଣୀ:ଖୋର୍ଦ୍ଧାରୋଡ ମଣ୍ଡଳ ଦ୍ବାରା ପ୍ରସ୍ତୁତ କରାଯାଇଥିଲା ଭାରତର ଲୌହ ପୁରୁଷ, ସର୍ଦ୍ଦାର ବଲ୍ଭଭ ଭାଇ ପଟେଲଙ୍କର ଜନ୍ମ ବାର୍ଷିକୀ। ସେହି ମହାନ ଆତ୍ମାର ସ୍ମରଣ ଉପଲକ୍ଷେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ୱାରା “ରାଷ୍ଟ୍ରୀୟ ଏକତା ଦିବସ” ପାଳନ କରାଯାଇଥିଲା। ଭାରତର ଏକତା ପାଇଁ ତାଙ୍କର ଅବଦାନ ଅବିଶ୍ୱସନୀୟ ଏବଂ ଏହା ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତାକୁ ସୁଦୃଢ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ବିକାଶ ଏବଂ ମଜଭୁତ କରିବା ପାଇଁ ଏକ ସୁଯୋଗ । ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା, ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟାଳୟ ରୁ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଆୟୋଜିତ ଏକତା ଦୌଡକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଏହି ଏକତା ଦୌଡରେ, ସମସ୍ତେ ଅଧିକାରୀ, କର୍ମଚାରୀ, ରେଳ ସୁରକ୍ଷା ବାହିନୀ ଓ ସ୍କାଉଟ-ଗାଇଡ୍ ପିଲାମାନେ ଅଂଶଗ୍ରହଣ କରିଥିଲେ ।ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନଠାରେ ଶ୍ରୀ ଏଚ୍.ଏସ୍.ବାଜୱା ସମସ୍ତଙ୍କୁ “ଏକତା ଦିବସ ପ୍ରତିଶୃତି” ର ଶପଥ ପାଠ କରାଇ ଥିଲେ। ଦେଶର ଏକତା ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସମସ୍ତେ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅର୍ ଏନ ଏ ପରିଡ଼ା, ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ସଂଯୋଜନା କରିଥିଲେ ।