ଜେମାଦେଇପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କେନ୍ଦ୍ରୀୟ ଟିମି

ଜେମାଦେଇପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କେନ୍ଦ୍ରୀୟ ଟିମି ନୟାଗଡ ବ୍ଲକ ଅଧୀନରେ ଥିବା ଜେମାଦେଇପୁରସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଭାରତ ସରକାରଙ୍କ ଏକ ଦୁଇ ଜଣିଆ ଗୁଣବତ୍ତା ଯାଞ୍ଚ ସମ୍ବଧୀୟ କେନ୍ଦ୍ରୀୟ ତଦାରଖକରି ମଣ୍ଡଳୀ ପରିଦର୍ଶନରେ ଆସିଥିଲେ । ଏଥିରେ ପଶ୍ଚିମବଙ୍ଗରୁ ଡାକ୍ତର ପାର୍ଥ ପ୍ରତିମ ଗୂହା ଓ ଛାତିଶଗଡ଼ରୁ ଡାକ୍ତର ଆଶିଷ ଶର୍ମା ସାମିଲ ଅଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ଵାରା ଯୋଗାଇ ଦିଆଯାଉଥିବା ସେବା ସମୂହକୁ ଟିକି ନିକ ଯାଞ୍ଚ କରିଥିଲେ । ସମ୍ପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ଯଥା ପ୍ରସୂତି ଓ ଗର୍ଭବତୀ ମନଙ୍କୁ ପ୍ରଦାନ କରାଯାଉଥିଆ ସେବା, ମଧୁମେହ, ଯକ୍ଷ୍ମା, ମାଲେରିଆ, କୁଷ୍ଠ, କ୍ୟାନସର, ଗଳା, କର୍ଣ୍ଣ, ନାଶା ଆଦି ରୋଗରେ ରୋଗୀକୁ ପ୍ରଦାନ କରାଯାଉଥିବା ପରାମର୍ଶ ସେବା ଓ ଔଷଧ ବିତରଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ତତସହିତ ପାରିପାର୍ଶ୍ଵିକ ସ୍ଵଚ୍ଛତା ଉପରେ ସନ୍ତୋଷ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ନୟାଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ଜେମାଦେଇପୁରସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଏହି ଟିମ ପରିଦର୍ଶନ କରିଛନ୍ତି । ଏଥିରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ରାମାକାନ୍ତ ପଣ୍ଡା, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଲୋରେନ ସାହୁ, ସରପଞ୍ଚ ସଞ୍ଜୁବାଳା ବିଶ୍ଵାଳ, ଜିଲ୍ଲା ଗୁଣବତ୍ତା ଅଧିକାରୀ ସନତ କୁମାର ମହାପତ୍ର, ଶିତାକାନ୍ତ ପଟ୍ଟନାୟକ, ଜ୍ୟୋତିମୟୀ ଜେନା,ସନୋଷିନି ଶତପଥୀ, ଦୀପକ ଦଳବେହେରା,ନିବେଦିତା ପ୍ରଧାନ,ମନୋରଞ୍ଜନ ସାହୁ, ଭରତ ବେହେରା,ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।