ମୃତ୍ୟୁ ସହ ସଂଗ୍ରାମ କରୁଛି ଚଞ୍ଚଳ ଅଘରିଆ

ମହାଳିଙ୍ଗ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ମହାଳିଙ୍ଗ ଗ୍ରାମର ଚଞ୍ଚଳ ଅଘରିଆ ମୃତ୍ୟୁ ସହ ସଂଗ୍ରାମ କରୁଛି । ତାଙ୍କ ପରିବାର କହିଲେ ସ୍ତ୍ରୀ ଗୋଟିଏ ପୁଅ ଓ ଝିଅ । ସରକାରୀ ସ୍ତରରେ ଚାଉଳ ମୁଠାଏ ପାଉଛନ୍ତି ହେଲେ ଘରର ନିତ୍ୟ ବ୍ୟବହାର ଲାଗି ଅର୍ଥ ଆବଶ୍ୟକତା ରହିଛି । ଏପଟେ ଘରର କାନ୍ଥ ଗୁଡିକ ଭାଙ୍ଗି ଯାଇଛି ଘର ଭିତରୁ ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦିଶୁଛି । କେଉଁ ମହୁର୍ତ୍ତରେ ଘର ଭାଙ୍ଗିବ କେହି କହିପାରିବେ ନାହିଁ । ଦୀର୍ଘ ପାଞ୍ଚ ବର୍ଷ ତଳେ ପରିବାର ପକ୍ଷରୁ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଶ୍ରୀ ମିଶ୍ର ସେମାନଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କଥା କହିଥିଲେ ହେଲେ ପ୍ରତିଶୃତି ପ୍ରତିଶୃତିରେ ହିଁ ରହିଗଲା । ପୂର୍ବରେ ଥିବା ସରପଞ୍ଚ ଓ ବର୍ତ୍ତମାନ ସରପଞ୍ଚଙ୍କୁ ଘର ବାବଦରେ ବହୁଥର ଜଣାଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇ ନ ଥିବା ପରିବାର ଲୋକେ କହିଛନ୍ତି । ଗତ ଗ୍ରୀଷ୍ମଋତୁରେ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଘର ଘର ଚାଲ କାର୍ଯ୍ୟକ୍ରମ ହୋଇଥିବା ବେଳେ ଚଞ୍ଚଳ ଅଗରିଆ ପରିବାର ଲିଖିତ ଅଭିଯୋଗ କରି ଘରକୁ ଦେଖିଯିବାକୁ ହରିଗୁହାରି କରିଥିଲେ । ହେଲେ କେତେକ ନେତାଙ୍କ ପ୍ରରୋଚନାରେ ପଡି ଯାଇ ନ ଥିବା କଥା ଚଞ୍ଚଳ ଅଗରିଆଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି । ସରକାର ଯେଉଁ ଆବାସ ଯୋଜନା କରିଛନ୍ତି ଗରିବ ପାଇଁ ନା ଧନୀ ଲୋକ ପାଇଁ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି । ଏ ନେଇ ମହାଳିଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିତ୍ୱକାରୀ ଜଗଦୀଶ ଚନ୍ଦନଙ୍କୁ ମତାମତ ଲୋଡ଼ାଯାଇଥିଲା । ଏପରି ଲୋକ ଘର ପାଇବା ଯୋଗ୍ୟ ବୋଲି ନିଜେ ସ୍ୱୀକାର କରିବା ସହ ଏ ଉପରେ ପ୍ରଶାସନଙ୍କୁ ଜଣାଇବି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ସେହିପରି ମହାଳିଙ୍ଗ ଗ୍ରାମ ପଞ୍ଚାୟତ ଅଧିକାରୀ ରମାକାନ୍ତ ମହାପାତ୍ରଙ୍କୁ ପଚାରିବାରୁ ତାଙ୍କର ଆର୍ଥିକ ଅବସ୍ଥା ଠିକ ନାହିଁ ସେ ପାଇବା ଯୋଗ୍ୟ ବୋଲି କହିବା ସହିତ ସରକାରଙ୍କ ପକ୍ଷରୁ ଯେଉଁ ଲିଷ୍ଟ ଆସଛୁ ସେମାନଙ୍କୁ ଘର ଦିଆଯାଉଛି ଯଦି ସରକାରଙ୍କ ପକ୍ଷରୁ ନୂତନ କରି ଗଣନା କରାଯାଇ ଲିଷ୍ଟରେ ନାମ ଆସେ ଦିଆଯିବ ବୋଲି କହିଥିଲେ ।ଏ ବିଷୟରେ କଂଗ୍ରେସ ନେତା ସାଉଲ ମଙ୍ଗରାଜଙ୍କୁ ପଚାରିବାରୁ ଏଭଲି ନିରୀହ ଲୋକ ବାଦ ପଡିବା କାରଣ କଣ ବୋଲି ପ୍ରଶ୍ନବାଚି ସୃଷ୍ଟି କରିବା ସହିତ ଯଥାଶୀଘ୍ର ଆର୍ଥିକ ସାହାଯ୍ୟ ଓ ଘର ଖଣ୍ଡିଏ ଜିଲ୍ଲା ପ୍ରଶାସନ ଙ୍କୁ
ଦାବିକରିଛନ୍ତି |