ଜିଲ୍ଲା ସ୍ତରୀୟ ଧାନମଣ୍ଡିର ଶୁଭାରମ୍ଭ ଚଣ୍ଡିଗାଁ ସେବା ସମବାୟ ସମିତି

ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ଚଣ୍ଡୀଗାଁ ସେବା ସମବାୟ ସମିତି ଠାରେ ଉଦଘାଟିତ ହୋଇଯାଇଛି ଭଦ୍ରକ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଉର୍ମିଳା ନାୟକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଏହି ମଣ୍ଡି ର ଉଦ୍ଘାଟନ କରିଥିଲେ ତାଙ୍କ ବକ୍ତବ୍ଯ ରେ କହିଛନ୍ତି ଚାଷୀମାନେ ଯେଭଳି ସୁବିଧା ଓ ସହଜରେ ସେମାନଙ୍କ ଧାନ ଆଣି ମଣ୍ଡି ରେ ବିକ୍ରି କରିପାରିବେ ସେ ନେଇ ସରକାର ସବୁବେଳେ ଉଦ୍ୟମ ଜାରୀ ରଖିଛନ୍ତି, ସଭାପରିଚାଳନା କରିଥିଲେ ବିକାଶ ମହାନ୍ତି, ମୁଖ୍ଯ ବକ୍ତା ବ୍ରଜ ସୁନ୍ଦର ନାୟକ , ଏକ୍ସ ସରପଞ୍ଚ କାଳନ୍ଦୀ ଜେନା,ଏବଂ ବହୁ ବୋର୍ଡ ମେମ୍ବର ଉପସ୍ଥିତ ଥିଲେ ଜୟନ୍ତ ଦାସ , ନିରଞ୍ଜନ ମହାରଣା, ସୁଦାମ ଦାସ, କୌଳାସ ମହାକୁଡ ଉପସ୍ଥିତ ରହି ସଭା କୁ ତ୍ବରାନ୍ବିତ କରିଥିଲେ ଶେଷ ଚଣ୍ଡି ଗାଁ ସେବା ସମବାୟ ସମିତି ର ସେକ୍ରେଟାରୀ ବିଭୂତି ଭୂଷଣ ନାୟକ, ଧନ୍ୟବାଦ ପ୍ରଦାନ କରିଥିଲେ ଚଳିତବର୍ଷ ଜିଲ୍ଲାରେ ୮୩ ହଜାର ୮୪୭ ଜଣ ଚାଷୀ ଧାନ ବିକିବାକୁ ପଞିକରଣ କରିଥିଲେ କିନ୍ତୁ ଚଣ୍ଡିଗାଁ ପଞ୍ଚାୟତ ରେ ୯୪୫ ଚାଷି ପଞିକରଣ କରିଛନ୍ତି ବୋଲି ସେବା ସମବାୟ ସମିତି ସେକ୍ରେଟାରୀ କହିଛନ୍ତି, ସରପଞ୍ଚ ଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତି ଉପସ୍ଥିତ ରହି କାର୍ଯ୍ୟାକୁ ତଦାରଖ କରୁଥିଲେ

Leave a Reply

Your email address will not be published. Required fields are marked *