ଚନ୍ଦ୍ରଭାଗା ତେଲୁଗୁ ବସ୍ତି ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟରେ ସଚେତନା ସିବିର।

ରାଜ୍ୟ ସରକାରଙ୍କ ନୂଆ ଯୋଜନା, ସମସ୍ତ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ ବାତ୍ୟା ବନ୍ୟା ସୁନାମି ଓ ଅଗ୍ନିକାଣ୍ଡ ରୁ କିପରି ଛାତ୍ରଛାତ୍ରୀ ମାନେ ନିଜକୁ ବଞ୍ଚାଇବା ସହ ଲୋକମାନଙ୍କୁ ବଞ୍ଚାଇବେ ସେଥିପାଇଁ ଅଗ୍ନିଶମ ବିଭାଗ ଦ୍ବାରା ସଚେତନା ସିବିର କରି ତାଲିମି ଦେଉଛନ୍ତି। ଯାହା ଫଳରେ ବିଭିନ୍ନ ବିପଦରୁ ଲୋକମାନେ ବଞ୍ଚି ପାରିବେ।

ଆଜି କୋଣାର୍କ ଚନ୍ଦ୍ରଭାଗା ତେଲୁଗୁ ବସ୍ତି ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟରେ ବନ୍ୟା, ବାତ୍ୟା, ସୁନାମୀ ଓ ଗ୍ୟାସ ଚୁଲିରୁ ଲାଗିଥିବା ନିଆରୁ ରକ୍ଷା ପାଇବା ପାଇଁ କୋଣାର୍କ ଚମ୍ପାହର ଅଗ୍ନିଶମ ବିଭାଗ ପକ୍ଷରୁ ଏକ ୫ ଜଣିଆ ଟିମି ଯାଇ ଛୋଟଛୋଟ ଛାତ୍ରଛାତ୍ରୀ ଆଶା, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମି ଦେଇଛନ୍ତି। ସମୁଦ୍ର କୂଳରେ ଅବସ୍ଥିତ ଏହି ବସ୍ତିବାସିନ୍ଧା କିପରି ସୁନାମି ଆସିଲେ ସମୂଦ୍ର ର କୂଳରୁ ସମୁଦ୍ର ପାଣି ଦେଖି ଯାଣିପାରିବା ସହ ଲୋକମାନଙ୍କୁ ରକ୍ଷା କରିବେ ଓ ନଡା ଛପର ଘରେ ନିଆ ଲାଗିଲେ। କିପରି ନିଜକୁ ବଞ୍ଚାଇ ପାରିବେ, ଗ୍ୟାସ ରେ ରୋଷେଇ ସମୟରେ ନିଆ ଲାଗିଲେ କିପରି ବର୍ତ୍ତୀ ପାରିବେ ଏ ସବୁ ଡେମୋ ମଧ୍ୟରେ ଦେଖାଇ ସଚେତନା କରିଥିଲେ। ଏପରି କାର୍ଯ୍ୟ ରେ ଯୋଗଦେଇ ଆଶା ଓ ଶିକ୍ଷକ ଶିକ୍ଷୟିତ୍ରୀ ବହୁତ ଶିକ୍ଷା ଲାଭ କରିବା ସହ ବିପଦ ସମୟରେ ଲୋକମାନଙ୍କୁ ସାହାର୍ଯ୍ୟ କରିପାରିବେ ଶିକ୍ଷାଲାଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଯୋଜନାରୁ ଶିକ୍ଷା ପାଇଁ ଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି।