ଚନ୍ଦ୍ରଯାନ-୩ ପଠାଇଲା ଚନ୍ଦ୍ରର ପ୍ରଥମ ଫଟୋ

ନୂଆଦିଲ୍ଲୀ: ଗତକାଲି ସଫଳତାର ସହ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପ୍ରବେଶ କରିଛି । ଏହାପରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍ କରିଥିବା ଚନ୍ଦ୍ରର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଛି। ଏହା ସମ୍ମୁଖରେ ଚନ୍ଦ୍ରପୃଷ୍ଠର ଗର୍ତ୍ତଗୁଡ଼ିକ ଦେଖାଯାଉଛି । ଚନ୍ଦ୍ରଯାନକୁ ୧୦ରୁ ୧୨ ହଜାର କିଲୋମିଟର ବିଶିଷ୍ଟ କକ୍ଷପଥରେ ପ୍ରବେଶ କରାଇବା କାର୍ଯ୍ୟ ସଫଳତାର ସହ ସଂପନ୍ନ ହୋଇଛି। ୯ ଅଗଷ୍ଟରେ ଏହା ୪ରୁ ୫ ହଜାର କିମି ବିଶିଷ୍ଟ କକ୍ଷପଥରେ ପ୍ରବେଶ କରିବ। ଆସନ୍ତା ୨୩ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।