ଚନ୍ଦ୍ରଯାନ-3ର ସଫଳତା ପାଇଁ ଇସ୍ରୋ ର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା !

ଡେଲାଙ୍ଗ: ମହାକାଶରେ ଇତିହାସ ସୃଷ୍ଟି କଲା ଇସ୍ରୋର ମୁନ ମିଶନ ଚନ୍ଦ୍ରଯାନ-୩। ଲ୍ୟାଣ୍ଡର ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ତେବେ ଚୀନ୍, ଆମେରିକା ଏବଂ ଋଷ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ ହେଁ ଦକ୍ଷିଣ ମେରୁରେ ପହଞ୍ଚିବା କୌଣସି ଦେଶ ପକ୍ଷେ ସମ୍ଭବ ହୋଇନଥିଲା।
ଭାରତର ଚନ୍ଦ୍ରାୟଣ -୩ ର ବିକ୍ରମ ଲାଣ୍ଡର ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ, ସମସ୍ତ ଭାରତୀୟ ଙ୍କ ମନରେ ଗର୍ବ ର ବିଷୟ | ବିକ୍ରମ ଲାଣ୍ଡର ଅବତରଣ କରିବା ପରେ ଭାରତ ପୃଥିବୀର ପ୍ରଥମ ଦେଶ ହେବ ଯାହା ଚନ୍ଦ୍ରର ଏହି ଭାଗରେ ଅବତରଣ କରିଛି।
ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିଛି! ଚନ୍ଦ୍ରୟାନ -୩ ର ସଫ୍ଟ ଲ୍ୟାଣ୍ଡିଂ ସହିତ ଭାରତ ମଧ୍ୟ ଏହି ସଫଳତା ହାସଲ କରିଛି। ଭାରତ ୧୪ ଜୁଲାଇରେ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରିଥିଲା। ଏହାର ବିକ୍ରମ ଲ୍ୟାଣ୍ଡର ରୋଭର ପ୍ରଜ୍ଞାନ ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଛି!ଭାରତ ମହାକାଶ ଗବେଷଣା ଇତିହାସରେ ଯୋଡ଼ି ହୋଇଯାଇଛି ସ୍ୱର୍ଣ୍ଣିମ ଅଧ୍ୟାୟ! ଯେଉଁ ଐତିହାସିକ ମୁହୂର୍ତ୍ତ ସାରା ବିଶ୍ୱ ଅପେକ୍ଷା କରି ରହିଥିଲା, ତାହା ଆଜି ଇସ୍ରୋ ବୈଜ୍ଞାନିକ ମାନେ ସଫଳ କରି ଦେଖାଇଛନ୍ତି ! ସେଥିପାଇଁ ସାରା ଦେଶ ଉତ୍ସବ ମୁଖରିତ !ଏହି ଅଭିଯାନରେ ସାମିଲ ହୋଇଥିବା ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ମେକ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ର ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ ଅନେକ ଅନେକ ଶୁଭେଚ୍ଛା,ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି !