ଗୋମାତା ହତ୍ୟା କାରୀକୁ ସୁରକ୍ଷା ଦେଉଛି ଚାରିଛକ ପୋଲିସ

ଗୋମାତା ହତ୍ୟା କାରୀକୁ ସୁରକ୍ଷା ଦେଉଛି ଚାରିଛକ ପୋଲିସ । ତଥ୍ୟ ସଂଗ୍ରହ କରୁଥିବା ସାମ୍ବାଦିକ ନାମରେ ମିଥ୍ୟା ମାମଲା । ହାଇକୋର୍ଟ ର ଦ୍ୱାରସ୍ଥ ହେଲେ ସାଂମ୍ବାଦିକ ।ଅକଳରେ ଚାରିଛକ ପୋଲିସ । ଚାରିଛକ ଥାନା ପୋଲିସର ପାରିବା ପଣିଆ କେତେ ଜଣା ନାହିଁ, କିନ୍ତୁ ପକ୍ଷ ପାତିତା କରିବାରେ ଚାରିଛକ ଥାନା ପୋଲିସ କୁ କେହି ବଳେଇ ଯିବେନି । ଯାହା ଏବେ ପୋଲିସ ବାବୁ ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ଯାଉଛି। ଗୋମାତାଙ୍କୁ ଯିଏ ମାରୁଛି, ପୋଲିସ ତାକୁ ଭଲ ପାଉଛି ଆଉ ସୁରକ୍ଷା ମଧ୍ୟ ଦେଉଛି।

କିନ୍ତୁ ଗୋହତ୍ୟାକାରି ଙ୍କ କାରନାମା କୁ ଯିଏ ସାମ୍ନାକୁ ଆଣୁଛି, ତା ବିରୋଧରେ ପୋଲିସ ମିଛ ମାମଲା ରୁଜୁ କରୁଛି ବୋଲି ଅଞ୍ଚଳରେ ଅଭିଯୋଗ ହେଉଛି । ଅଭିଯୁକ୍ତଙ୍କ ସହଯୋଗ କରିବାକୁ ଯାଇ ଚାରିଛକ ପୋଲିସ ମିଛ କେସରେ ସାମ୍ବାଦିକଙ୍କୁ ଫସାଇବା ଘଟଣା ଚାରିଛକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ଏହି ଚର୍ଚ୍ଚା ଚାରିଛକ ପୋଲିସ ପାଇଁ ଅଡୁଆ ବଢାଇଛି । ଶେଷରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହେଲେ ଯୁବ ସାମ୍ବାଦିକ। ମାମଲାକୁ ହାଇକୋର୍ଟ ଗ୍ରହଣ କରିବା ସହିତ ଚାରି ସପ୍ତାହ ମଧ୍ୟରେ ଉତ୍ତର ରଖିବା ପାଇଁ ରାଜ୍ୟ ଗୃହ ବିଭାଗ ,ପୁରୀ ଏସିପି ଓ ଚାରିଛକ ଥାନା ଅଧିକାରୀ ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଜିଲ୍ଲା ଚାରିଛକ ଥାନା ଅଞ୍ଚଳରେ ବର୍ଷ ବର୍ଷ ଧରି ଚାଲିଛି ବେଆଇନ ଗୋ ମାଂସ ଚୋରା ଚାଲାଣ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଏବଂ ସ୍ଥାନୀୟ ବଜରଙ୍ଗ ଦଳର କର୍ମୀ ଗୋ ମାଂସ ଗାଡି ଜବତ କରି ପୋଲିସ ଜିମା ଦେଇଥିବା ନଜରକୁ ବାର ବାର ଆସିଥିବା ବେଳେ ପକୃତ ଆସାମୀ ଉପରେ ଚାରିଛକ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ କାହିଁକି କଣ ପାଇଁ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ବିଭିନ୍ନ ଡିଜିଟାଲ ଓ ପ୍ରିଣ୍ଟ ମିଡିଆରେ ମଧ୍ୟ ଖବର ପ୍ରସାରଣ ବାର ବାର ହୋଇଥିଲା। ଗତ କିଛି ଦିନ ତଳେ ପୁରି ଜିଲ୍ଲା ଚାରିଛକ ଥାନା କଳାପାଞ୍ଚଣ ପଞ୍ଚାୟତ ଖାଦିସାହି ଅଞ୍ଚଳରେ ବେଆଇନ ଭାବରେ ଗୋ ହତ୍ୟା ଓ ଗୋ ମାଂସ ଚାଲାଣ ହେଉଥିବା ଖବର ପାଇ ସାମ୍ବାଦିକ କୈଳାସ ଚନ୍ଦ୍ର ପାତ୍ର ପହଞ୍ଚି ଥିଲେ। ସାମ୍ବାଦିକ ପହଁଞ୍ଚିବା ପୂର୍ବରୁ ଚାରିଛକ ପୋଲିସ ମଧ୍ୟ ପହଁଞ୍ଚି ସାରିଥିଲା ।ଗୋ ହତ୍ୟାକାରୀ ସାମ୍ବାଦିକ କ୍ୟାମେରା ସମ୍ମୁଖରେ ସବୁ ସତ ସତ ପୋଲିସ କର୍ମଚାରୀ ଉପସ୍ଥିତ ରେ ବାଇଟି ଦେଇ ମାନିଥିଲେ । କେମିତି ଗୋ ହତ୍ୟା କଲେ ଆଉ କେଉଁ ଆଡେ ଗୋ ମାଂସ ଚାଲାଣ କଲେ।ଏହି ଖବର ଗଣ ମାଧ୍ୟମରେ ବାଜିଲା ପରେ ଚାରିଛକ ପୋଲିସ ମୁଣ୍ତାକୁ ପିତ ଚଢି ଯାଇଥିଲା। ଗୋ ହତ୍ୟାକାରୀ ମାନଙ୍କ ବିରୋଧରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସାମ୍ବାଦିକ କୈଳାସ ଚନ୍ଦ୍ର ପାତ୍ର ନାଁ ରେ ପୋଲିସ ମିଛ ମାମଲା ରୁଜୁ କରି ସାମ୍ବାଦିକ ସ୍ବରକୁ ଦମଲ କରିବା ପାଇଁ ଯୋଜନା ଆରମ୍ଭ କରିଥିଲେ । ତା ପୁଣି ଗୋ ହତ୍ୟା କରିଥିବା ଅଭିଯୁକ୍ତଙ୍କ ଏତଲାକୁ ଭିର୍ତ୍ତି କରି ମିଛ ମାମଲା ରୁଜୁ କଲା ଚାରିଛକ ପୋଲିସ ବୋଲି ସାମ୍ବାଦିକ ଶ୍ରୀ ପାତ୍ର ସୂଚନା ଦେଇଥିଲେ ।ସତ ଘଟଣାକୁ ଚାପି ଦେଇ ସାଂମ୍ବାଦିକ ନାମରେ ମିଛ ମାମଲା ରୁଜୁ କଲା ଚାରିଛକ ପୋଲିସ। ଏପରି କି ସାମ୍ବାଦିକ ଏତଲାକୁ ମଧ୍ୟ ଚାରିଛକ ପୋଲିସ ଗ୍ରହଣ କଲା ନାହିଁ। ଯାହା ଫଳରେ ସାମ୍ବାଦିକଙ୍କୁ ମିଛ ମାମଲାରେ ଫସାଇବା ଏବଂ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଚାରିଛକ ପୋଲିସ ବିରୁଦ୍ଧରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ସାମ୍ବାଦିକ କୈଳାସ ଚନ୍ଦ୍ର ପାତ୍ର। ହାଇକୋର୍ଟ ଚାରିଛକ ପୋଲିସକୁ ଚାରି ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ କରି ସାମ୍ବାଦିକ କୈଳାସ ଚନ୍ଦ୍ର ପାତ୍ରଙ୍କ ଏତଲା ଆଧାରରେ ମାମଲା ରୁଜୁ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ସୁରେଶ ପଣ୍ଡା ସୂଚନା ଦେଇଥିଲେ ।