ଗୋମାତା ହତ୍ୟା କାରୀଙ୍କୁ ସୁରକ୍ଷା ଦେଉଛି ଚାରିଛକ ପୋଲିସ

ଗୋମାତାଙ୍କୁ ଯିଏ ମାରୁଛି, ପୋଲିସ ତାକୁ ଭଲ ପାଉଛି ଗୋମାତା ଙ୍କ ପାଇଁ ଲଢେଇ କରି ପୋଲିସ ରୋଷର ଶୀକାର ହେଲେ ସାମ୍ୱାଦିକ ଏଠି ବାଡ଼ ହୋଇ ନିଜେ ଫସଲ ଖାଉଛି ଚାରିଛକ ପୋଲିସ | ହାଇକୋର୍ଟ ର ଦ୍ବାରସ୍ଥ ହେଲେ ସାମ୍ବାଦିକ | ପୋଲିସ ପାଇଁ ବଢ଼ିଲା ଅଡ଼ୁଆ ଚାରିଛକ ଥାନା ପୋଲିସର ପାରିବା ପଣିଆ କେତେ ଜଣା ନାହିଁ, କିନ୍ତୁ ପକ୍ଷ ପାତିତା କରିବାରେ ଚାରିଛକ ଥାନା ପୋଲିସ କୁ କେହି ବଳେଇ ଯିବେନି । ଯାହା ଏବେ ପୋଲିସ ବାବୁ ଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବାକୁ ଯାଉଛି। ଗୋମାତାଙ୍କୁ ଯିଏ ମାରୁଛି, ପୋଲିସ ତାକୁ ଭଲ ପାଉଛି ଆଉ ସୁରକ୍ଷା ଦେଉଛି। କିନ୍ତୁ ଗୋହତ୍ୟାକାରି ଙ୍କ କାରନାମା କୁ ଯିଏ ସାମ୍ନାକୁ ଆଣୁଛି, ତା ବିରୋଧରେ ପୋଲିସ ମିଛ ମାମଲା ରୁଜୁ କରୁଛି। ହଁ ଦର୍ଶକ ବନ୍ଧୁ, ଅଭିଯୁକ୍ତଙ୍କ ପ୍ରେମରେ ଚାରିଛକ ପୋଲିସ,ମିଛ କେସରେ ସାମ୍ବାଦିକଙ୍କୁ ଫସାଇବା ଘଟଣାରେ ପୋଲିସ ପାଇଁ ବଢିଲା ଅଡୁଆ। ଶେଷରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହେଲେ ସାମ୍ବାଦିକ।

ମାମଲାକୁ ହାଇକୋର୍ଟ ଗ୍ରହଣ କରିବା ସହିତ ଚାରି ସପ୍ତାହ ମଧ୍ୟରେ ଉତ୍ତର ରଖିବା ପାଇଁ ଚାରିଛକ ପୋଲିସ ଏବଂ ଏସ ପି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୁରୀ ଜିଲ୍ଲା ଚାରିଛକ ଥାନା ଅଞ୍ଚଳରେ ବର୍ଷ ବର୍ଷ ଧରି ଚାଲିଛି ବେଆଇନ ଗୋ ମାଂସ ଚୋରା ଚାଲାଣ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଏବଂ ସ୍ଥାନୀୟ ବଜରଙ୍ଗ ଦଳର କର୍ମୀ ଗୋ ମାଂସ ଗାଡି ଜବତ କରି ପୋଲିସ ଜିମା ଦେଇଥିବା ନଜିର ରହିଛି। ଏ ସମ୍ପର୍କରେ ବିଭିନ୍ନ ଡିଜିଟାଲ ମିଡିଆରେ ମଧ୍ୟ ଖବର ପ୍ରସାରଣ ହୋଇଛି। ଗତ କିଛି ଦିନ ତଳେ ପୁରି ଜିଲ୍ଲା ଚାରିଛକ ଥାନା କଳାପାଞ୍ଚଣ ପଞ୍ଚାୟତ ଖାଦିସାହି ଅଞ୍ଚଳରେ ବେଆଇନ ଭାବରେ ଗୋ ହତ୍ୟା ଓ ଗୋ ମାଂସ ଚାଲାଣ ହେଉଥିବା ଖବର ପାଇ ସାମ୍ବାଦିକ କୈଳାସ ଚନ୍ଦ୍ର ପାତ୍ର ପହଞ୍ଚି ଥିଲେ। ସାମ୍ବାଦିକ ପହଁଞ୍ଚିବା ପୂର୍ବରୁ ଚାରିଛକ ପୋଲିସ ମଧ୍ୟ ପହଁଞ୍ଚି ସାରିଥିଲା।ଗୋ ହତ୍ୟାକାରୀ ସାମ୍ବାଦିକ କ୍ୟାମେରା ସମ୍ମୁଖରେ ସବୁ ସତ ସତ ମାନିଗଲେ କେମିତି ଗୋ ହତ୍ୟା କଲେ ଆଉ କେଉଁ ଆଡେ ଗୋ ମାଂସ ଚାଲାଣ କଲେ।ଏହି ଖବର ବାଜିଲା ପରେ ଚାରିଛକ ପୋଲିସ ମୁଣ୍ତାକୁ ପିତ ଚଢି ଯାଇଥିଲା। ଗୋ ହତ୍ୟାକାରୀ ମାନଙ୍କ ବିରୋଧରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସାମ୍ବାଦିକ କୈଳାସ ଚନ୍ଦ୍ର ପାତ୍ର ନାଁ ରେ ପୋଲିସ ମିଛ ମାମଲା ରୁଜୁ କରି ସାମ୍ବାଦିକ ସ୍ବରକୁ ଦମଲ କଲେ। ତା ପୁଣି ଯିଏ କ୍ୟାମେରା ସମ୍ମୁଖରେ ଗୋ ହତ୍ୟା କରିଥିବା ଅଭିଯୁକ୍ତଙ୍କ ଏତଲାକୁ ଭିର୍ତ୍ତି କରି ମିଛ ମାମଲା ରୁଜୁ କରି ଚାରିଛକ ପୋଲିସ ବା ବା ନେଇଥିଲା। ସତ ଘଟଣାକୁ ଚାପି ଦେଇ ମିଛ ମାମଲା ରୁଜୁ କଲା ଚାରିଛକ ପୋଲିସ। ଏପରି କି ସାମ୍ବାଦିକ ଏତଲାକୁ ମଧ୍ୟ ଚାରିଛକ ପୋଲିସ ଗ୍ରହଣ କଲା ନାହିଁ। ଫଳରେ ସାମ୍ବାଦିକଙ୍କୁ ମିଛ ମାମଲାରେ ଫସାଇବା ଏବଂ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଚାରିଛକ ପୋଲିସ ବିରୁଦ୍ଧରେ ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି ସାମ୍ବାଦିକ କୈଳାସ ଚନ୍ଦ୍ର ପାତ୍ର।ହାଇକୋର୍ଟ ଚାରିଛକ ପୋଲିସକୁ ଚାରି ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ କରି ସାମ୍ବାଦିକ କୈଳାସ ଚନ୍ଦ୍ର ପାତ୍ରଙ୍କ ଏତଲା ଆଧାରରେ ମାମଲା ରୁଜୁ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ତେବେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ସୁରେଶ ପଣ୍ଡା ।