ଗୋପ ଥାନାରେ ସାମ୍ବାଦିକ କୁ ଆକ୍ରମଣ , ଚାରିଛକ ପ୍ରେସ କ୍ଲବ ପକ୍ଷରୁ ନିନ୍ଦା

ନିମାପଡା :-ଗତ ଶନିବାର ଦିନ ଗୋପ ଥାନାକୁ ଏକ କେସେ ରେ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ଘରୋଇ ଚ୍ୟାନେଲ ର ପ୍ରତିନିଧିଙ୍କୁ ଶାସକ ଦଳର କେତେକ କର୍ମୀ ଥାନା ପରିସର ମଧ୍ୟରେ ଥାନାର ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତ ରେ ତାକୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ସେ ପିନ୍ଧିଥିବା ସୁନା ଚେନ ଓ ଭିଜୁଆଲ କରୁଥିବା ମୋବାଇଲି କୁ ଛଡାଇ ନେଇଛନ୍ତି ବୋଲି ଘରୋଇ ଚ୍ୟାନେଲ ର ପ୍ରତିନିଧି ପ୍ରକାଶ କରିଛନ୍ତି । ଗୋପ ଥାନା ମଧ୍ୟରେ ଏପରି ଏକ କାର୍ଯ୍ୟକୁ ଥାନା ପରିସର ମଧ୍ୟରେ ଚତୁର୍ଥ ସ୍ଥମ୍ଭ କହୁଥିବା ସାମ୍ବାଦିକ କୁ ମାଡ଼ ମାରି ତାଠାରୁ ସୁନା ଚେନ ଓ ମୋବାଇଲ ଛଡାଇ ଅଶ୍ଲୀଳ ଭାଷାରେ ଗାଳି ଗୁଲଜକୁ ବିଭିନ୍ନ ମହଲରେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିବା ସହ ଚାରିଛକ ପ୍ରେସ କ୍ଲବ ପକ୍ଷରୁ ନିନ୍ଦା ପ୍ରକାଶ କରାଯାଇଛି ।