ଚଷାଭାଇ ବଡ ବ୍ୟସ୍ତ

ଚଷାଭାଇ ବଡ ବ୍ୟସ୍ତ
ଦାନା ବାତ୍ୟା ପରେ ଲଘୁଚାପ ଏକ ସୃଷ୍ଟି ହେବ ସାଗର ରେ
ଚଷାଭାଇ ବଡ ବ୍ୟସ୍ତ ହେଉଅଛି ଧାନ ଅମଳ ବେଳରେ।
କେଉଁ ଗ୍ରାମ ରେ ଧାନଖଳା ଭାଇ କେଉଁ ଗ୍ରାମ ରେ ତ ନାହିଁ
କିପରି ଅମଳ‌କରିବ ଧାନକୁ
ଭାଳେଣୀ ପକାଏ ତହିଁ।
ବର୍ଷା ହୋଇଗଲେ ବିଲବାଡ଼ି ରେ ପଶିବ କେତେ ଯେ ପାଣି
କିପରି ଅମଳ‌କରିବ ଧାନକୁ ଭରସା ପାଉନି ଜାଣି।
ପାଣି ପଶି ଗଲେ ଧାନ ଶୋଇଯିବ ତାପରେ ଚାଲିବ ପାଣି
ମାନ ହ୍ରାସ ହେବ ଧାନରେ ତାହାର‌ କିପରି ପାରିବ ଜାଣି।
ବିରି ମୁଗ ବିଲେ ଅଛାରିବ ଚାଷୀ ଅନାଇଛି ଆଗ୍ରହରେ
ପାଣି ପଶି ଗଲେ ନଅଛାରିବ ଶସ୍ୟ ପୁଣି ତା’ର
କିଆରିରେ ।
ଧାନ‌ର‌ ରଙ୍ଗ‌‌ବଦଳିବ ଭାଇ ମୂଲ୍ୟ ରେ ହୋଇବ ହ୍ରାସ
ପରିଶ୍ରମ ର‌ ଫଳ କମିଯାଏ ତାଙ୍କୁ ଯେ ଦେବା ସାହାସ।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬

Leave a Reply

Your email address will not be published. Required fields are marked *