ବ୍ୟାସନଗରରେ ଧୁମ୍ ଧାମ୍ ରେ ପାଳିତ ହେଉଛି ଛଟ୍ ପୂଜା

ଆଜି ସାରା ଦେଶରେ ଛଟ୍ ପୂଜା ଛଟ୍ ପର୍ବ ପାଳିତ ହେଉଥିବା ବେଳେ ଚଳଚଞ୍ଚଳ ସହର ବ୍ୟାସନଗର ରେ ମଧ୍ୟ ଧୁମ୍ ଧାମ୍ ରେ ପାଳିତ ହେଉଛି ଛଟ୍ ପୂଜା l ତେବେ ଏନେଇ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି l କେବଳ ଉତ୍ତର ଭାରତ ନୁହେଁ ବରଂ ସମଗ୍ର ଭାରତ ରେ ବିହାରୀ ସମ୍ପ୍ରଦାୟ ର ଲୋକ ମନେ ଏହି ପର୍ବ ପାଳନ କରିଥାନ୍ତି l ସେହିପରି ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ମଧ୍ୟ ବେଶ ଧୁମ୍ ଧାମରେ ପାଳନ ହୋଇ ଯାଇଛି ଛଟ୍ ପର୍ବ l ମହିଳା ମାନେ ଦୁଇ ଦିନ ପର୍ୟ୍ୟନ୍ତ ନିର୍ଜଳ ଉପବାସ ରଖି ତାଙ୍କ ପରିବାରର ସୁଖ ଶାନ୍ତି ପାଇଁ ସୂର୍ୟ୍ୟ ଦେବଙ୍କୁ ପାର୍ଥନା କରିଥାନ୍ତି l ସୂର୍ୟ୍ୟ ଦେବଙ୍କ ଉପାସନାରେ ଏହି ଛଟ୍ ପର୍ବରେ ଖାସ୍ ମହତ୍ୱ ରହିଛି ବୋଲି ଶ୍ରଦ୍ଧାଳୁ ମନେ ମତ ପ୍ରକାଶ କରିଛନ୍ତି l ଦୁଇ ଥର ଅର୍ଘ୍ୟ ଦେବା ପରେ ହିଁ ବ୍ରତ ପୂରା ହୋଇଥାଏ ବୋଲି ଜଣାଇଛନ୍ତି l ଛଟ୍ ପର୍ବର ବ୍ରତ ଏବଂ ପୂଜା ର କିଛି ଭିନ୍ନ ମହତ୍ୱ ଥିବା ସୂଚନା ମିଳିଛି l

ଯାଜପୁର ବ୍ୟାସନଗର ଜ୍ୟୋତି ପ୍ରକାଶ ଭୂୟାଁ ଙ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *