୭୮ ବର୍ଷ ରେ ପଦାପର୍ଣ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

୭୮ ବର୍ଷ ରେ ପଦାପର୍ଣ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, ଏଥି ପାଂଇ ବିଭିନ୍ନ ମହଲରୁ ନବୀନ ଙ୍କ ପ୍ରତି ଶୁଭେଚ୍ଛା ର ସୂଅ ଛୁଟୁଛି, ମୁଖ୍ଯମନ୍ତ୍ରୀ ଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ରାଜ୍ଯ ର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ମାଧ୍ଯମରେ ରକ୍ତଦାନ ଶିବିର ଓ ମନ୍ଦିର ରେ ଦୀପଦାନ କାର୍ଯ୍ଯକ୍ରମ କରା ଯାଉଛି, ତେବେ ବଡ ଭଉଣୀ ଗୀତା ମେହେଟା ଙ୍କ ବିୟୋଗ ହୋଇଥିବା ରୁ ଜନ୍ମଦିନ ପାଳିବେନି ବୋଲି ଘୋଷଣା କରିଥିଲେ ମୁଖ୍ଯମନ୍ତ୍ରୀ, ଏହି ଅବସର ରେ ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ତଳୀ ବିଜେଡି ପକ୍ଷରୁ ବାଲିଆପାଳ ସ୍ଥିତି ଶାରୀରିକ ମହାବିଦ୍ଯାଳୟ ପରିସର ରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରା ଯାଇଛି , ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିବା ବେଳେ ଏହି ରକ୍ତଦାନ ଶିବିର ରେ ପ୍ରାୟ 1 ହଜାର ୟୂନିଟ ରକ୍ତ ସଂଗ୍ରହ ର ଲକ୍ଷ ରଖା ଯାଇଛି, ଏହି ଶିବିର ରେ ଅଞ୍ଚଳ ର ବିଜେଡି ର ବହୁ ବରିଷ୍ଠ ନେତୃବୃନ୍ଦ , କର୍ମୀ ଙ୍କ ସମେତ ଜନସାଧାରଣ ଯୋଗଦେଇ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ

bishnupada pati reporter

Leave a Reply

Your email address will not be published. Required fields are marked *