ଜାପାନରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ଦିନିଆ ଜାପାନ ଗସ୍ତ ପରେ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ଫେରିଛନ୍ତି। ଏହି ଗସ୍ତ କାଳରେ ରାଜ୍ୟକୁ ୨୬ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଜାପାନ ବ୍ୟବସାୟୀ, ନିପ୍ପନ ଷ୍ଟିଲ୍‌ ମୁଖ୍ୟ, ପ୍ରବାସୀ ଓଡ଼ିଆମାନଙ୍କ ସହ ଆଲୋଚନା କରିଛନ୍ତି। ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଜାପାନ ପ୍ରତିନିଧି ମଣ୍ଡଳୀଙ୍କ ସହ ନବୀନ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍‌ ପକ୍ଷରୁ ଏକ ବୃହତ୍‌ ଇସ୍ପାତ କାରଖାନା ସ୍ଥାପନ କରିବା ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ ଏପ୍ରିଲ ୩ ରେ ଜାପାନ ଅଭିମୁଖେ ଯାତ୍ରା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ୫-ଟି ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଗସ୍ତ କରିଥିଲେ। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ଜାପାନରୁ ରହି ଭର୍ଚୁଆଲ ମାଧ୍ୟମରେ କ୍ୟାବିନେଟ ବୈଠକ କରିଥିଲେ। ଏହି ବୈଠକରେ ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଖୋଲିବାକୁ ମଞ୍ଜୁରୀ ମିଳିଛି।

Leave a Reply

Your email address will not be published. Required fields are marked *