ଶାନ୍ତି ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆହ୍ୱାନ

ଲକ୍ଷ୍ନୌ : ମାଫିଆ ଅତିକ ଅହମ୍ମଦ ଏବଂ ତା’ର ଭାଇ ଅଶରଫ ଅହମ୍ମଦକୁ ଶନିବାର ବିଳମ୍ବିତ ରାତିରେ ପ୍ରୟାଗରାଜରେ ହତ୍ୟା ପରେ ଉତର ପ୍ରଦେଶ ସରକାର ରବିବାର ସମସ୍ତ ଜିଲ୍ଲାରେ ନିଷେଧାଦେଶ (ଧାରା ୧୪୪) ଜାରୀ କରିଛନ୍ତି । ରାଜ୍ୟର ସମ୍ବେଦନଶୀଳ ସହର ଗୁଡିକ ଉପରେ କଡ଼ା ନଜର ରଖିଛି ପୋଲିସ । ବିଶେଷ ସତର୍କତା ଅବଲମ୍ବନ କରାଯାଉଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କୁ ଗୁଜବ ଉପରେ ଧ୍ୟାନ ନ ଦେବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ତଦନ୍ତ ପାଇଁ ତିନି ସଦସ୍ୟ ବିଶିଷ୍ଟ ନ୍ୟାୟିକ ଆୟୋଗ ଗଠନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳେ ପୋଲିସ ପକ୍ଷରୁ ପ୍ରୟାଗରାଜରେ ଫ୍ଲାଗମାର୍ଚ୍ଚ କରାଯାଇଛି । ମଊ, ମଥୁରା, କାନପୁର, ଅଯୋଧ୍ୟା, ବାଂଦା ଏବଂ ଲକ୍ଷ୍ନୌରେ ପୋଲିସ ପକ୍ଷରୁ ଗତକାଲି ରାତିରେ ଅନେକ ଥର ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନିଜର ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି । ସେ ଲଗାତାର ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ କାହାରି ଯିବା ଆସିବା ଉପରେ ମଧ୍ୟ କଟକଣା ଜାରୀ କରାଯାଇଛି । ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *