ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଓ ପଦଯାତ୍ରା ଶୁଭାରମ୍ଭ।

ଫୁଲବାଣୀ:ନିପ୍ର:-୧୮/୦୬ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଅଦ୍ୟ ତା ୧୮.୦୬.୨୦୨୫ ରିଖରେ ଅଧକ୍ଷ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଜିଲ୍ଲାପାଳ କନ୍ଧମାଳଙ୍କ ନିର୍ଦେଶ କ୍ରମେ ଏକ ସଚେତନତା ପଦଯାତ୍ରା ଓ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଅଛି l ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସକାଳ ୯.୩୦ ଘ. ସମୟରେ ବାହାରି ମାଦିକୁଣ୍ଡା ଛକ ନିକଟରେ ପହଞ୍ଚିଥିଲା l ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଜିଲ୍ଲା ଶ୍ରମ ଅଧିକାରୀ (ଭାରପ୍ରାପ୍ତ), ଶ୍ରୀ ବିଶ୍ଵ ରଞ୍ଜନ କହଁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସଚେତନତା ପଦଯାତ୍ରାରେ ବିଜୁ ଦକ୍ଷତା ବିକାଶ କେନ୍ଦ୍ର ଫୁଲବାଣୀର ଛାତ୍ର ଛାତ୍ରୀ, ଅଙ୍ଗନବାଡି କର୍ମୀ, ଶ୍ରମିକ ସଂଗଠନର କର୍ମକର୍ତା, ସମାଜ ସେବୀ ଏବଂ ଜନ ସାଧାରଣ ଏଥିରେ ଭାଗ ନେଇଥିଲେ l

ଅଧିକ୍ଷକ ଅବକାରୀ ବିଭାଗ, କନ୍ଧମାଳ, ଜିଲ୍ଲା ଶିଶୁ ସୁରକ୍ଷ୍ୟା ଅଧିକାରୀ, ସଦସ୍ୟ ଶିଶୁ କଲ୍ୟାଣ କମିଟି, ଚାଇଲଡ ହେଲ୍ପ ଲାଇନ, ସହକାରୀ ଶ୍ରମ ଅଧିକାରୀ, ଶ୍ରୀ ବିଭୁ ପ୍ରସାଦ ସ୍ୱାଇଁ, ସ୍ପିନିତା କୁମାରୀ ଦେବୀ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଏହି ସଚେତନତା ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜନ ସାଧାରଣ ଓ ବାଣିଜ୍ୟ ପ୍ରତିଷ୍ଠାନର ସତ୍ଵାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଅଛି । ଉକ୍ତ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରାରେ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାକୁ କିଭଳି ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ତଥା ଶିଶୁ ମାନଙ୍କର ଅଧିକାର, ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ନିୟୋଜନରେ ଦଣ୍ଡବିଧାନର ପ୍ରାବଧାନ ସମ୍ପର୍କରେ ସର୍ବ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରଯାଇଥିଲା । ଉକ୍ତ ସଚେତନତା ରଥ କନ୍ଧମାଳ ଜିଲ୍ଲାର ଅନ୍ୟ ସହରାଞ୍ଚଳରେ ମଧ୍ୟ ପରିକ୍ରମା କରି ସଚେତନତା ସୃଷ୍ଟି କରିବ |