ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ର ଶିଶୁ ସୁରକ୍ଷା କର୍ମଶାଳା

ପୁରୀ ଜିଲ୍ଲା ରିଜର୍ଭ ପୋଲିସ ସମ୍ମିଳନୀ କକ୍ଷରେ ପୁରୀ ପୋଲିସ ବିଭାଗର କିଶୋର ପୁଲିସ ୟୁନିଟ କର୍ମଚାରୀଙ୍କ ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ପୁରୀ ଜିଲ୍ଲାର ସମସ୍ତ ୨୯ ଥାନାର ମହିଳା ଓ ଶିଶୁ ଡେସ୍କର ଦାୟିତ୍ୱ ରେ ଥିବା ଅଧିକାରୀ, ଥାନାଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସଡିପିଓ, ଡିଏସପି ହେଡ଼ କ୍ୱାଟର, ସ୍ୱତନ୍ତ୍ର କିଶୋର ନ୍ୟାୟ ପୋଲିସ ଅଧିକ୍ଷକ, ଆର ପି ଏଫ ଓ ଜି. ଆର. ପି ଅଧିକାରୀ ଏବଂ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଅଧିକ୍ଷକ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବବ୍ରତ ଚକ୍ର ,କିଶୋର ନ୍ୟାୟ ପରିଷଦ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ନିଖିଲ ଭାରତ ମହାନ୍ତି, ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଡ଼ଃ ଅଜିତ କୁମାର ମହାପାତ୍ର, ସ୍ୱତନ୍ତ୍ର କିଶୋର ନ୍ୟାୟ ପୋଲିସ ୟୁନିଟ ଅଧକ୍ଷ୍ୟା ଶ୍ରୀମତୀ ତିଳତମା ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ,କିଶୋର ନ୍ୟାୟ ବୋର୍ଡର ସଦସ୍ୟ ମହାବୀର ରୁଦ୍ର ନାରାୟଣ ସାହୁ ଯୋଗ ଦେଇଥିଲେ l ଏଥିରେ ବିଜୁ ପଟ୍ଟନାୟକ ପୋଲିସ ତାଲିମ କେନ୍ଦ୍ରର ତାଲିମଦାତା ଡଃ ଗୁରୁ ପ୍ରସାଦ ଶିବ ଶଙ୍କର ନନ୍ଦ ଏବଂ କଟକ ଶିଶୁ ମଙ୍ଗଳ କମିଟି ସଦସ୍ୟ ହରିହର ନାୟକ ଯୋଗ ଦେଇଥିଲେ l ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବବ୍ରତ ଚକ୍ର ଶିଶୁ ସୁରକ୍ଷା ଆଇନ ଉପରେ ବିଶେଷ ଧ୍ୟାନ ଦେଇ ମନଯୋଗ ସହ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର କିଶୋର ନ୍ୟାୟ ପୋଲିସଙ୍କୁ ପରାମର୍ଶ ଦେଇଥିଲେ l କିଶୋର ନ୍ୟାୟ ପରିଷଦ ମୁଖ୍ୟ ନିଖିଲ ଭାରତ ମହାନ୍ତି ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ ମାନଙ୍କ ପାଇଁ କିଶୋର ନ୍ୟାୟ ପରିଷଦ କିଭଳି କାମ କରି ଥାଏ ତାହା ଆଲୋଚନା କରିଥିଲେ । ଡି.ଏସ.ପି ଡଃ ଗୁରୁ ପ୍ରସାଦ ଶିବଶଙ୍କର ନନ୍ଦ ସ୍ୱତନ୍ତ୍ର କିଶୋର ନ୍ୟାୟ ପୁଲିସଙ୍କର କାର୍ଯ୍ୟ ଏବଂ ଦାୟିତ୍ୱ ସହିତ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ଆଇନ ୨୦୧୫, ଶିଶୁ ମାନଙ୍କୁ ଯୌନ ଶୋଷଣ ସୁରକ୍ଷା ଆଇନ ୨୦୧୨ ର ସକ୍ରିୟ ପ୍ରଣୟନ ବିଷୟରେ ଆଲୋଚନା କରିଥିଲେ l ପ୍ରଶିକ୍ଷକ ହରିହର ନାୟକ ଯୌନ ଶୋଷଣରୁ ସୁରକ୍ଷା ଆଇନ ୨୦୧୨ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ମିଶନ ବାତ୍ସଲ୍ୟ ଏବଂ ସ୍ୱତନ୍ତ୍ର କିଶୋର ନ୍ୟାୟ ପୁଲିସ ତାଲିମର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ l ଆଇନ ପରିବୀକ୍ଷ ଅଧିକାରୀ ସନ୍ତୋଷ କୁମାର ସାହୁ କିଶୋର ନ୍ୟାୟ ବୋର୍ଡ, ଚିଲଡ୍ରେନ କୋର୍ଟଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ପୀଡିତା କ୍ଷତିପୂରଣ ପାଣ୍ଠି ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଶିଶୁ ସୁରକ୍ଷା ଅଧିକାରୀ ( ଅଣ ଅନୁଷ୍ଠାନିକ ଯତ୍ନ ) ଶିଶୁ ଯତ୍ନ ଅନୁଷ୍ଠାନର କାର୍ଯ୍ୟ ଏବଂ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ବିଭାଗ ସାମାଜିକ କର୍ମୀ କମଳା ମହାରଣା, ପରାମର୍ଶ ଦାତ୍ରୀ ରୋଜାଲିନି ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ସାମାଜିକ କର୍ମୀ ବିଜୟ କୁମାର ପରିଡା ଧନ୍ୟବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *