ଗ୍ରୀନ ଭ୍ୟାଲି ପବ୍ଲିକ ସ୍କୁଲ ପକ୍ଷରୁ ଶିଶୁ ଦିବସ ପାଳିତ

ରାୟଗଡା ତା୧୫-୧୧-୨୩ ରାୟଗଡା ବ୍ଲକ ଅନ୍ତର୍ଗତ ଗ୍ରୀନ ଭ୍ୟାଲି ପବ୍ଲିକ ସ୍କୁଲ ପକ୍ଷରୁ ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନାଚ,ଗୀତ, କୌତୁକ ପୋଷାକ, ଅଭିନୟ ଆଦି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଭାଗନେଇ ଖୁସି ମନାଇଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରସ୍ଵତୀ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଚାନ୍ଦିଲି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ କାଉନସିଲର ପ୍ରତିଭା ପାତ୍ର ଯୋଗ ଦେଇଥିଲେ । ସ୍କୁଲର ନିର୍ଦ୍ଦେଶକ ବରିଷ୍ଠ ଆଇନଜୀବୀ ଶ୍ରୀ ରାମ ପ୍ରସାଦ ପାତ୍ର ଉତ୍ସବରେ ସଭାପତିତ୍ବ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ହୋତା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟ କ୍ରମର ସଂଯୋଜନା କରିଥିଲେ । ଅତିଥିମାନେ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସ୍କୁଲର ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାମଲଙ୍କ ତତ୍ତ୍ୱାବଧାନ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇପାରିଥିଲା ।

ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା

Leave a Reply

Your email address will not be published. Required fields are marked *