ଦକ୍ଷତା ପ୍ରଦର୍ଶନ ଉତ୍ସବ ଅନୁଷ୍ଠିତ

ରାୟଗଡା : ରାୟଗଡା ବ୍ଲକ ଅନ୍ତର୍ଗତ ଗ୍ରୀନଭ୍ୟାଲି ପବ୍ଲିକ୍ ସ୍କୁଲର କୁନି କୁନି ପିଲାମାନଙ୍କର ଦକ୍ଷତା ପ୍ରଦର୍ଶନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବକୁ ବରିଷ୍ଠ ଆଇନଜୀବୀ ତଥା ସ୍କୁଲର ନିର୍ଦ୍ଦେଶକ ଶ୍ରୀ ରାମ ପ୍ରସାଦ ପାତ୍ର ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେବିଶିଷ୍ଟ ସମାଜସେବୀ ଜୟା ଥାକର ଓ ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ନଳିନୀ ସିଂହ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ କୌତୁକପୋଷାକ, ନାଚ, ଗୀତ ଓ ମନେରଖିଥିବା ଇଂରାଜୀ କବିତା ଆବୃତ୍ତି, ସଙ୍ଗୀତ ଚୈକିରେ ଅଂଶ ଗ୍ରହଣ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ହୋତା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସ୍କୁଲର ପ୍ରଶାସକ ଶ୍ରୀ ପ୍ରମୋଦ କୁମାର ସାମଲ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାସହ ମାର୍ଗ ଦର୍ଶନ କରିଥଲ । ଅତିଥିମାନେ କୁନି କୁନି ପିଲାଙ୍କୁ ପୁରସ୍କାର ବିତରଣ କରିଥିଲେ । କିଣ୍ଡାର ଗାର୍ଡ଼ନ ଶ୍ରେଣୀର ଛାତ୍ର ଛାତ୍ରୀ ସେମାନଙ୍କ ପ୍ରତିଭାର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସ୍କୁଲର ସ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇପାରିଥିଲା । ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *