ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୩

ଡେଲାଙ୍ଗ ବ୍ଲକ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁମହୋତ୍ସବ ସୁରଭି -୨୦୨୩ ଏବଂ ଓଡ଼ିଶା ମିଲେଟ୍ସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ ଘାଟନୀ ଉତ୍ସବରେ ସହମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ,ସ୍ଥାନୀୟ ସରପଞ୍ଚ ପ୍ରଭାତୀ ବେହେରା,ସମିତି ସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ୍,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୀରେନ୍ଦ୍ର ରଣଜିତ୍,ଉପ ସଭାନେତ୍ରୀ ଗୀତାରାଣୀ ରଣଜିତ୍,ମୋ ସ୍କୁଲ୍ କମିଟି ସଭାପତି ସର୍ବେଶ୍ଵର ଭୁଜବଳ,କମିଟି ସଦସ୍ୟ କବିରାଜ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ଜାଳି ଉତ୍ସବକୁ ଉଦ୍ ଘାଟନ କରିଥିଲେ।ଏହି ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେମାନଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ।ବରିଷ୍ଠ ଓ କନିଷ୍ଠ ବିଭାଗର ପ୍ରତିଯୋଗୀମାନଙ୍କ ମଧ୍ୟରେ ତର୍କ,ବକ୍ତୃତା,କୁଇଜ୍,ଚିତ୍ରାଙ୍କନ,ସୃଜନଶୀଳ ଲିଖନ,ପ୍ରବନ୍ଧ ରଚନା,ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ,ମଧ୍ୟାହ୍ନ ଭୋଜନ ସମ୍ପର୍କିତ ହସ୍ତଶିଳ୍ପ,ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଙ୍ଗୀତ ଓ ଚିତ୍ରାଙ୍କନ, ମିଲେଟ୍ସ ପ୍ରତିଯୋଗିତା ଅଧୀନରେ ପ୍ରବନ୍ଧ,ବକ୍ତୃତା ଓ କୁଇଜ୍ ତଥା ଦଳଗତ ସାଂସ୍କୃତିକ ନୃତ୍ୟ ପରିବେଷଣ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସହମଣ୍ଡଳ ଶିକ୍ଷାଧିକାରୀ ସୁଷମା ଦାଶ,ସମିତି ସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ୍,ବିଦ୍ୟାଳୟ ଆଲୁମିନ୍ ସଭାପତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସର୍ବେଶ୍ଵର ଭୁଜବଳ,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ, ସାମ୍ବାଦିକ ତଥା ପ୍ରକୃତି ବନ୍ଧୁ ଦିଲ୍ଲୀପ କୁମାର ଧାଉଡିଆ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଆଶିଷପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ।ପ୍ରକାଶଯୋଗ୍ୟ ଏହି କ୍ଲଷ୍ଟରସ୍ତରୀୟ ଶିଶୁମହୋତ୍ସବ ସୁରଭି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ମଙ୍ଗଳବାର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ,ମୁନିନ୍ଦାଠାରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ ଶିଶୁମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ପ୍ରଧାନଶିକ୍ଷକ ଶ୍ରୀ ଦାଶ ସୂଚନା ଦେଇଛନ୍ତି।ସିଆରସିସି ତପନ କୁମାର ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ଵ ତୁଲାଇଥିବାବେଳେ ଶିକ୍ଷକ ଚିତ୍ତରଞ୍ଜନ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଉତ୍ସବରେ ଘୋରଡିଆ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଶ୍ରଦ୍ଧାଞ୍ଜଳି ଜେନା,ମମତା ବେହେରା,ସୁରଭି ପ୍ରଧାନ,କୁନ୍ତଳା ବିଶ୍ବାଳ, ଲଷ୍ମୀପ୍ରିୟା ପ୍ରଧାନ ଶିକ୍ଷକ ସହଦେବ ମଲ୍ଲିକ,ରାଜେଶ କୁମାର ପ୍ରଧାନ,ସୀତାକାନ୍ତ ରାଉତରାୟ,ସୁରେଶ କୁମାର ରାଉଳ,ଅରବିନ୍ଦ ବେହେରା ଓ ନୀଳାମ୍ବର ନାୟକ ପ୍ରମୁଖ ସହଯୋଗ କରିଥିଲେ।ଏହି ସୁରଭି ଉତ୍ସବକୁ ସରସସୁନ୍ଦର ଭାବେ ପରିଚାଳନା କରିବା ଦିଗରେ ସହଯୋଗ ପାଇଁ ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।