ବ୍ରିକ୍ସ ଶିଖର ସମ୍ମିଳନୀରେ ନିଜ ସୁରକ୍ଷା ସେବା ଉପଲବ୍ଧ କରାଇବାକୁ ଚାହୁଁଛି ଚାଇନା

ବେଜିଂ,୧୦।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏହା କେବେ ଶେଷ ହେବ ତାହା ପୂର୍ବାନୁମାନ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ଯୁଦ୍ଧକୁ ରୋକିବା ପାଇଁ ସମସ୍ତ ଶକ୍ତିଶାଳୀ ଦେଶ ମଧ୍ୟ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ସେମାନେ ଏହାଦ୍ୱାରା ପୁଟିନଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଏହା ପରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏ ବାବଦରେ ଚାଇନା ଦକ୍ଷିଣ ଆଫ୍ରିକାର ସୁରକ୍ଷା ବୃଦ୍ଧିରେ ସହାୟତା ପ୍ରଦାନ କରିବାକୁ ଚାହୁଁଛି।

ବ୍ରିକ୍ସ ହେଉଛି ଚାଇନା, ଭାରତ, ରୁଷିଆ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଏକ ଅନ୍ତର୍ଜାତୀୟ ସଂଗଠନ। ଚଳିତ ବର୍ଷ ଅଗଷ୍ଟରେ ଜୋହାନ୍ସବର୍ଗରେ ୧୫ ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ପୁଟିନ ଯୋଗଦେବାର ସମ୍ଭାବନା ଅଛି। ମାର୍ଚ୍ଚରେ ଆଇସିସି ପୁଟିନଙ୍କ ବିରୋଧରେ ୱାରେଣ୍ଟ ଜାରି କରି ତାଙ୍କୁ ବେଆଇନ ଭାବେ ଦେଶରୁ ନିର୍ବାସିତ କରିବା ଏବଂ ୟୁକ୍ରେନ ଅଞ୍ଚଳରୁ ଲୋକଙ୍କୁ ରୁଷିଆ ଫେଡେରେଶନକୁ ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଥିଲା।

ଦକ୍ଷିଣ ଆଫ୍ରିକା ପୋଲିସ ମନ୍ତ୍ରୀ ଭେକି ସେଲେ ଚାଇନାର ଜନ ସୁରକ୍ଷା ମନ୍ତ୍ରୀ ୱାଙ୍ଗ ଜିଆଓହୋଙ୍ଗଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ୱାଙ୍ଗ ସେଲଙ୍କୁ କହିଛନ୍ତି ଚାଇନା ଦକ୍ଷିଣ ଆଫ୍ରିକା ସହିତ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ସହମତିକୁ ବିଶ୍ୱସ୍ତ ଭାବରେ କାର୍ଯ୍ୟକାରୀ କରିବା ଏବଂ ବ୍ରିକ୍ସ ଶିଖର ସୁରକ୍ଷା କ୍ଷେତ୍ରରେ ବ୍ୟବହାରିକ ସହଯୋଗକୁ ଦୃଢ଼ କରିବା ପାଇଁ କାର୍ଯ୍ୟ କରିବ ବୋଲି ଚାଇନା ସରକାରୀ ନ୍ୟୁଜ ଏଜେନ୍ସି କହିଛନ୍ତି।

ଦକ୍ଷିଣ ଆଫ୍ରିକା ୪୦ଟି ଆଫ୍ରିକୀୟ ଦେଶ ମଧ୍ୟରେ ଅଛି ଯେଉଁଥିରେ ଚାଇନା ଜନ ସୁରକ୍ଷା ଏବଂ ଆଇନ ପ୍ରଣୟନ ଚୁକ୍ତିନାମା ସ୍ବାକ୍ଷର କରିଛି। ରିପୋର୍ଟ ଅନୁଯାୟୀ, ଚାଇନା ସହିତ ଆଇନ ପ୍ରଣୟନ ଏବଂ ସୁରକ୍ଷା ସହଯୋଗକୁ ମଜବୁତ କରିବାକୁ ଦକ୍ଷିଣ ଆଫ୍ରିକା ପ୍ରସ୍ତୁତ ବୋଲି ସେଲେ କହିଛନ୍ତି।

Leave a Reply

Your email address will not be published. Required fields are marked *