ଚାଇନାର ଦାଦାଗିରି: ତାଇଓ୍ବାନର ମେଡ଼ିୟନ ଲାଇନ ଅତିକ୍ରମ କଲେ ୫୯ ଯୁଦ୍ଧ ବିମାନ

ତାଇପେ/ବେଜିଂ,୧୦।୪ : ତାଇୱାନ ମୁହାଁ ଚାଇନାର ଯୁଦ୍ଧ ବିମାନ ଏବଂ ୧୧ ଟି ଯୁଦ୍ଧ ଜାହାଜ ହୋଇଛନ୍ତି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି।

ଚାଇନା ଏପରି ପଦକ୍ଷେପ ନେଇଛି ଯେଉଁ ସମୟରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଆମେରିକା ଗସ୍ତରୁ ଫେରିଛନ୍ତି। ଯୁକ୍ତରାଷ୍ଟ୍ରରେ ସେ ଆମେରିକା ହାଉସର ବାଚସ୍ପତି କେଭିନ ମ୍ୟାକକାରିଙ୍କୁ ଭେଟିଥିଲେ। ଏହା ପରେ ଚାଇନ କ୍ରୋଧିତ ହୋଇ ତାଇୱାନ ପ୍ରତି ନିଜର ଏଭଳି ଆଭିମୁଖ୍ୟ ପ୍ରକାଶ କରଛି।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସୋମବାର ପୂର୍ବାହ୍ନ ୧୦ ଟା ସୁଦ୍ଧା ତାଇୱାନର ମେଡ଼ିୟନ ଲାଇନ ନିକଟରେ ୫୯ ଟି ଚାଇନା ସାମରିକ ବିମାନ ଦେଖିବାକୁ ମିଳିଛି। ମନ୍ତ୍ରଣାଳୟ କହିଛି ଯେ ସେମାନଙ୍କ ମଧ୍ୟରୁ ୩୯ ଟି ବିମାନ ତାଇୱାନ ଷ୍ଟ୍ରାଇଟ ମେଡ଼ିୟନ ଲାଇନ ପାର ହୋଇ ତାଇୱାନର ବାୟୁ ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛନ୍ତି।

ତାଇୱାନକୁ ଚେତାବନୀ ଦେବା ପାଇଁ ଚାଇନା ସେନା ଦ୍ୱୀପ ନିକଟରେ ତିନି ଦିନ ପାଇଁ ସାମରିକ ଅଭ୍ୟାସ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଆମେରିକା ଗସ୍ତ ସହ ଜଡିତ ଲୋକଙ୍କ ବିରୋଧରେ ଚାଇନା ମଧ୍ୟ ଯାତ୍ରା ଉପରେ ପ୍ରତିବନ୍ଧକ ଏବଂ ଆର୍ଥିକ ପ୍ରତିବନ୍ଧକ ଲଗାଇଛି।

ରବିବାର ଦିନ ସକାଳ ୬ ଟାରୁ ସୋମବାର ସକାଳ ୬ ଟା ମଧ୍ୟରେ ଦ୍ୱୀପ ନିକଟରେ ସମୁଦାୟ ୭୧ ଟି ବିମାନ ଦେଖିବାକୁ ମିଳିଥିଲା। ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର କହିବାନୁସାରେ, ଏହି ବିମାନଗୁଡ଼ିକ ତାଇୱାନ ଷ୍ଟ୍ରାଇଟ ମେଡ଼ିୟନକୁ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ସେଣ୍ଟ୍ରାଲ ଲାଇନ ଅତିକ୍ରମ କରିଥିବା ବିମାନରେ ୮ ଟି ଜେ-୧୬ ଯୁଦ୍ଧ ବିମାନ, ୪ଟି ଜେ-୧ ଯୁଦ୍ଧ ବିମାନ, ୮ ଟି ଏସୟୁ-୩୦ ଯୁଦ୍ଧ ବିମାନ ଏବଂ ଅନୁସନ୍ଧାନ ବିମାନ ଅନ୍ତର୍ଭୁକ୍ତ ଥିଲା।

Leave a Reply

Your email address will not be published. Required fields are marked *