ବସ୍ତି ଉଚ୍ଛେଦ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭଦ୍ରକ:୧୪/୭-ଭଦ୍ରକ ତହସିଲ ଅନ୍ତର୍ଭୁକ୍ତ ଈସୁଫପୁର ବସ୍ତିକୁ ଉଛେଦ ପାଇଁ ଜିଲ୍ଲାପାଳଙ୍କ ନୋଟିସକୁ ପ୍ରତିବାଦ କରି ଆଜି ଅନେକ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦାବି ମୁତାବକ ଭଦ୍ରକ ତହସିଲ ଈସୁଫପୁର ମୌଜାସ୍ଥିତ ଖାତା ନମ୍ବର ୪୭୫ ଅଧିନେ ୮୪୨ ଖସଡ଼ାରେ ଦୀର୍ଘ ୫୦ବର୍ଷ ଧରି ରହିଆସୁଛନ୍ତି ।କୌଣସି କାରଣନଥାଇ ଭଦ୍ରକ ତହସିଲଦାର ଆକ୍ରୋଶ ମୂଳକ ଭାବେ ବସ୍ତି ଉଚ୍ଛେଦ ପାଇଁ ନୋଟିସ ଜାରିକରିଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।ବସ୍ତିର ଲୋକମାନେ ଦିନମଜୁରିଆ, ଦଳିତ ଓ ଅତ୍ୟନ୍ତ ଗରିବଶ୍ରେଣୀର ହୋଇଥିବା ହେତୁ ଯଦି ବାସଚ୍ୟୁତ ହୁଅନ୍ତି ତେବେ ସେମାନେ ଗୃହଶୂନ୍ୟ ହୋଇଯିବେ ଏବଂ ଜୀବନ ଧାରଣ କରିବା ଅସମ୍ଭବ ହୋଇପଡିବ,ତେଣୁ ଗରିବ ଲୋକଙ୍କୁ ବାସଚ୍ୟୁତ ନକରି ସ୍ଥାୟୀପଟ୍ଟା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ଭଦ୍ରକ ବଜରଙ୍ଗଦଳ କର୍ମୀ ମାନସ ମହାନ୍ତି।

Leave a Reply

Your email address will not be published. Required fields are marked *