ଶାସ୍ତ୍ରୀୟ ଓଡିଆ ଭାଷା ଦିବସ

ଭୁବନେଶ୍ବର ୧୧/୩: ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ଜୟଦେବ ଭବନ ଭୁବନେଶ୍ଵରରେ ମହାମହିମ ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ। ଏଥିରେ ଗଣଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସିଆଇଆଇଏଲର ନିର୍ଦେଶକ, ସେସକୋର ନିର୍ଦ୍ଦେଶକ ବସନ୍ତ କୁମାର ପଣ୍ଡା ଯୋଗଦେଇ ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ। ଏଥିରେ ୧୧ଟି ଭାଷାର ପ୍ରତିନିଧି ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୁଖପତ୍ର ଉନ୍ମୋଚିତ ହେଇଥିଲା।

ଶାସ୍ତ୍ରୀୟ ଓଡିଆ ଭାଷା ନିମନ୍ତେ ନିଜର ଶ୍ରମ ଓ ସମୟ ଦେଇ ତଥ୍ୟ ଉପସ୍ଥାପନ କରିଥିବାରୁ ପ୍ରଫେସର ଅମୀୟ କୁମାର ପଟ୍ଟନାୟକ, ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଏବଂ ପ୍ରଫେସର ଜତୀନ୍ଦ୍ର କୁମାର ନାୟକଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ୱର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ତଥା ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *