ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯୁବ ବିକାଶ ପରିଷଦ ପକ୍ଷରୁ ସଫେଇ ଓ ବୃକ୍ଷ ରୋପଣ
![](https://teerthkhetra.com/wp-content/uploads/2023/10/Screenshot_2023-10-01-22-06-31-52.jpg)
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ରେ ସାରା ଦେଶରେ ଅକ୍ଟୋବର ୧ ତାରିଖ ଠାରୁ ସ୍ୱଚ୍ଛ ତା ଦିବସରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆରଂମ୍ଭ ହୋଇଥିବା ବେଳେ ପୁରୀ ଜିଲ୍ଲା ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଯୁବ ବିକାଶ ପରିଷଦ ଓ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଙ୍କ ମିଳିତ ଭାବେ ମେଡିକାଲ ରେ ଏକ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଯୋଗମାୟା ଯୋଗେଶ୍ଵରୀ ବୃକ୍ଷ ରୋପଣ କରି ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଆଶୁତୋଷ ମିଶ୍ର ,ତପନ କୁମାର ସାହୁ ,ଦୀପକ କୁମାର ଗୋଛୟତ ସହିତ ଯୁବ ବିକାଶ ପରିଷଦ ର ସଭାପତି ନିରଞ୍ଜନ ସାହୁ ,ସମ୍ପାଦକ ଚନ୍ଦ୍ରକାନ୍ତ ବରାଳ ,ଉପସଭାପତି ବିକାଶ ଚନ୍ଦ୍ର ବାରିକ ,କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ସାହୁ ,ସଭ୍ୟ ବିଜୟ କୁମାର ଦାସ ,ସଦାଶିବ ବେହେରା ,ଅମୀୟ ପୋଦାର ,ଅନିଲି କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ନିମାପଡ଼ା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ