ଗାନ୍ଧୀ ଜୟନ୍ତୀରେ ସଫେଇ କାର୍ଯ୍ୟ

କୋଣାର୍କ,୦୨.୧୦- ଅକ୍ଟୋବର ଦୁଇ ତାରିଖ ସୋମବାର ମହାପୁରୁଷ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ କୋଣାର୍କ ନିକଟସ୍ତ ଜମରା ଗ୍ରାମରେ ଶୋଭା ଫାଉଣ୍ଡେସନ ପକ୍ଷରୁ ବ୍ୟାପକ ସଫେଇ କାର୍ଯ୍ୟ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ସ୍ୱଚ୍ଛତା ହି ସେବା ବାର୍ତ୍ତା ନେଇ ଶ୍ରମଦାନ ପୂର୍ବକ ସଫେଇ କାର୍ଯ୍ୟ କରାଯାଇଥିଲା। ଶୋଭା ଫାଉଣ୍ଡେସନ ପରିଚାଳନା ଅଧକ୍ଷ ତଥା ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ସାମଜିକକର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ୱରେ ସ୍ଥାନୀୟ କୁନି ପିଲାମାନେ ଭାଗନେଇ ଶ୍ରମ ଦାନ କରି ରାସ୍ତା ଓ କଡ଼ରୁ ଅଳିଆ ଆବର୍ଜ୍ଜନା ସଫେଇ କରି ପରିବେଶକୁ ସରସ ସୁନ୍ଦର୍ କରିଥିଲେ। ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ସଫେଇ କାର୍ଯ୍ୟ, ବୃକ୍ଷ ରୋପଣ ସହ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି ସୁଚନା ଦିଆଯାଇଛି।ସେହିପରି ଭାବେ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ସୁର୍ଯ୍ୟ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରାଯାଇଥିଲା। ଆବର୍ଜନା ମୁକ୍ତ ଭାରତ ଲକ୍ଷ ନେଇ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀଙ୍କ ନେତୃତ୍ଵରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯାତ୍ରୀ ନିବାସ କର୍ମଚାରୀ ଓ ପର୍ଯ୍ୟଟକ ମାନେ ମିଳିତ ହୋଇ ଶ୍ରମଦାନ କରି ସ୍ଵଚ୍ଛତା ହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *