କଳିଙ୍ଗା ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କଂଧମାଳ ଜିଲ୍ଲା ଘୁ.ଉଦୟଗିରି ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ ଙ୍କ ନେତୃତ୍ୱରେ କଳିଙ୍ଗା ଏବଂ ତଲାରୀମାହା ଗ୍ରାମ ପଞ୍ଚାୟତ ଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ କଳିଙ୍ଗା ଡିଏଭି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଠାରୁ ଆରମ୍ଭ କରି କଳିଙ୍ଗା ଛକ, ନୋଡ଼ାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ , କଳିଙ୍ଗା ଛକ, ୫ – ଟି ସ୍କୁଲ , କ୍ୟାଥ୍ଲିକ ଚର୍ଚ୍ଚ ଏବଂ ତଲାରୀମାହା ଗ୍ରାମ ପଞ୍ଚାୟତ ଏବଂ ଡୁଙ୍ଗି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଚତୁରପାର୍ଶ୍ୱ ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) ର ମେଡିକାଲ ଅଫିସର ଡ.ଏଲ. ସ୍ମିତିରେଖା , ଡ. ଧର୍ମେନ୍ଦ୍ର ଦଳେଇ , ଫାର୍ମାସିଷ୍ଟ ପୂର୍ଣ ଚନ୍ଦ୍ର ମହାପାତ୍ର ବ୍ଲକ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ ଏନ. ସୁସବନ , ଶ୍ୟାମଳ ବେହେରା, ଯାକେଶ ପ୍ରଧାନ, ଲଷ୍ମୀକାନ୍ତ ପ୍ରଧାନ , ମହିଳା SHG ଗ୍ରୁପ ର ସମସ୍ତ ଏମବିକେ, ସିଆରପି, ବିଭିନ୍ନ ସମାଜ ସେବୀ ସଂଗଠନ, ଆଶା କର୍ମୀ, ଛାତ୍ରଛାତ୍ରୀ, ଗ୍ରାମବାସୀ ଏବଂ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *