ବାଲୁକା କଳାରେ ଜଳବାୟୁ ପରିବର୍ତ୍ତନର ବାର୍ତ୍ତା

କୋଣାର୍କ,୦୪.୧୨-ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମି କୂଳରେ ଅନୁଷ୍ଠିତ ହେଉଥିବା ୧୩ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଆଜି ଥିଲା ଚତୁର୍ଥ ଦିବସ। ଚନ୍ଦ୍ରଭାଗା ବେଳାଭୂମି କୂଳରେ ବିଦେଶୀ ଓ ଦେଶୀୟ ବାଲୁକା ଶିଳ୍ପୀ ମାନେ ଜଳବାୟୁ ପରିବର୍ତ୍ତନ ଓ ଅତିଥି ଦେବୋ ଭବଃ ଉପରେ ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏହି ବାଲୁକା କଳା ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମି କୂଳରେ ପର୍ଯ୍ୟଟକ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ମାନଙ୍କ ଆଶାତୀତ ଭିଡ ପରିଲକ୍ଷିତ ହୋଇଥିଲା।

ଏହି ଉତ୍ସବକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପରିଚାଳନା କରୁଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସହଯୋଗ କରାଯାଉଛି। ୬ଟି ଦେଶର ୧୦୦ଜଣ ବାଲୁକା ଶିଳ୍ପୀ କଳା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଯାହାକୁ ଦେଖିବାକୁ ଦୈନିକ ଲକ୍ଷାଧିକ ପର୍ଯ୍ୟଟକ ସମାଗମ ପରିଲିଖିତ ହେଉଛି। ଦୁଇଟି ବରାକୁ ୬୦ ଟଙ୍କା, ପର୍ଯ୍ୟଟକଙ୍କୁ ଅସନ୍ତୋଷ ଚନ୍ଦ୍ରଭାଗା ବାଲୁକା କଳା ଉତ୍ସବ ମଧ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫୁଡ୍ କୋର୍ଟ ବ୍ୟବସ୍ତା କରାଯାଇଛି। ଅନେକ ଷ୍ଟଲ୍ ଖାଲି ପଡ଼ିଥିବା ବେଳେ ଦୁଇ ତିନୋଟି ଷ୍ଟଲରେ ଖାଦ୍ୟ ମିଳୁଛି। ଓଟିଡ଼ିସି ପରିଚାଳିତ ପୁରି ପାନ୍ଥନିବାସ ପକ୍ଷରୁ କରାଯାଇଥିବା ପ୍ରଥମ ଷ୍ଟଲ ରେ ଖାଦ୍ୟ ବିକ୍ରିରେ ଅନେକ ଚଢ଼ା ଦର ନିଆ ଯାଉଛି। ମାତ୍ର ଦୁଇଟି ବାରାକୁ ୬୦ଟଙ୍କାରେ ବିକ୍ରି କରାଯାଉଛି। ଯାହା ପର୍ଯ୍ୟଟକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।