କ୍ଳଷ୍ଟର ସ୍ତରୀୟ ସୁରଭି

ରେଲିକୁମ୍ଭା କ୍ଲଷ୍ଟର ସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟ୍ ପ୍ରତିଯୋଗିତା ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ କୋରାପୁଟ ମୁନିସିପାଲିଟି ପୌରାଧକ୍ଷ ଲଲାଟ ରଞ୍ଜନ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ପ୍ରଧାନ ଶିକ୍ଷକ ରାଜେଶ ସାମର୍ଥ ଓଏବିଇଓ ଜସନ ବେନ୍ୟା ଯୋଗ ଦେଇଥିଲେ।ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ବ୍ଲକ୍ ସ୍ତରୀୟ ସୁରଭି ରେ ଭାଗ ନେବାର ସୂଚନା ମିଳିଛି। ଏବିଇଓ ଶିବ ରଥ ପ୍ରତିଯୋଗିତା ଚାଲିବା ସମୟରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ଉଦଯାପନୀ ଉତ୍ସବରେ ରେ ବରିଷ୍ଠ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ନନ୍ଦପୁର ବିଇଓ ଭବାନୀ ପଟନାୟକ ଓ ଗୁଣାତ୍ମକ ଶିକ୍ଷା ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *