ଭଦ୍ରକ ରେ ପୁଣି ଚୋରା କୋଇଲା ମାଫିଆ ସକ୍ରିୟ ।

ଭଦ୍ରକ: ୧୦।୭, ଭଦ୍ରକ ଜିଲ୍ଲାରେ ପୁଣି କୋଇଲା ମାଫିଆ ସକ୍ରିୟ ହେଲେଣି । ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୋଲମଖୁଲା ଚାଲାଣ ହେଉଛି ଚୋରା କୋଇଲା । ଏପଟେ ପୋଲିସର ଇଙ୍ଗିତ ରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆ ମାନେ ଦିନବେଳା କୋଇଲା ଚାଲାଣ କରୁଥିବା ଖବର ପାଇ ଆଜି STF ଙ୍କ ସୂଚନା ଅନୁଯାୟୀ ଧୁସୁରି ଥାନା ପୁଲିସ ଏକ ଟ୍ରକ କୁ ଥାନାରେ ଅଟକ ରଖିଛି । OD04-L / 7551 ନଂ ଥିବା ଦଶ ଚକିଆ ଟ୍ରକରେ କୋଇଲା ବୋଝେଇ ହୋଇ ବଜାର ପାଖରେ ଛିଡା ହୋଇଥିବା ବେଳେ ପୁଲିସ ଏହି ଗାଡ଼ିରେ ଥିବା ୬ଶହ କୋଇଲା ବ୍ୟାଗ (30 ton) ପରିମାଣର ଜବତ କରିଛି। ଏହି ଗାଡିର ଡ୍ରାଇଭର ଓ ହେଲ୍ପର ଉଭୟ(ବିହାର) ଅଞ୍ଚଳର । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ 153/21 ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା କଥା ଧୂସୁରି ପୋଲିସ କହିଛି । ତେବେ ଏହି ଗାଡିର ମାଲିକ ତିହିଡି ଅଞ୍ଚଳର ‘ବାୟା’ ବୋଲି ଶୁଣିବାକୁ ମିଳୁଛି , ପୁଲିସ ଏହି ଗାଡିର ମାଲିକ କିଏ ଓ ଚୋରା କୋଇଲାର ଦାବିଦାର କିଏ ହେବ ତାକୁ ପ୍ରେସ ବିବୃତ୍ତି ମାଧ୍ୟମରେ ସ୍ପଷ୍ଟ କରିବେ କି ବୋଲି ପ୍ରଶ୍ନ ଉଠିଛି | ତେବେ ଯାହାହେଉ ଆଗକୁ ପୁଲିସ ତଦନ୍ତରେ କଣ ସଠିକ ରିପୋର୍ଟ ଆସୁଛି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *