ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା କୋକୋ ରିସର୍ଟ

ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା କୋକୋ ରିସର୍ଟ
କୋଣାର୍କ,୩୦.୦୪- କୋଣାର୍କ – ଭୁବନେଶ୍ଵର ମୁଖ୍ୟ ରାସ୍ତା ବନାଖଣ୍ଡି ନିକଟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ ଭାବେ ଆରମ୍ଭ ହେଲା ବିଳାସପୂର୍ଣ୍ଣ ଅତିଥେୟ ପ୍ରଦାନ ପାଇଁ କୋକୋ ରିସର୍ଟ। ପର୍ଯ୍ୟଟକ ମାନଙ୍କ ରହଣି, ଖାଇବା ସୁବିଧା ସହ ଆମୋଦପ୍ରମୋଦ ପାଇଁ ଆବଶ୍ୟକ ଭିତ୍ତିଭୂମୀ ଥିବା ଏହି ରିସର୍ଟରେ ଶୀତ ତାପ ନିୟନ୍ତ୍ରିତ ଲଜ୍ଜରି କୋଠରୀ, ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଖାଇବା ପାଇଁ ରେଷ୍ଟୁରାଣ୍ଟ ସହ ଇଭେଣ୍ଟ ବ୍ୟବସ୍ଥା କରାଯାଇଛି।

ବିବାହ ଉତ୍ସବ, ଜନ୍ମ ଦିନ ଉତ୍ସବ, ବିଭିନ୍ନ ପ୍ରକାର ସମାବେଶ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ କାର୍ଯ୍ୟକ୍ରମ ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ସୁନ୍ଦର ବ୍ୟବସ୍ଥା କରାଯାଇଛି। ଖୋଲା ପାର୍କିଂ, ନଡ଼ିଆ ବଗିଚା, ମାଛ ପୋଖରୀ ସହ ପ୍ରାକୃତିକ ପରିବେଶ ଅତିଥି ମାନଙ୍କୁ ଆକର୍ଷିତ କରିବ। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ବିବାହ ଉତ୍ସବ ଓ ଅନ୍ୟାନ୍ୟ ଉତ୍ସବ ପାଇଁ ବହୁତ୍ କମ ମୂଲ୍ୟରେ ଷ୍ଟାର କ୍ୟଟେଗୋରି ସୁବିଧା ଯୋଗାଇ ଦିଆଯିବ ବୋଲି କୋକୋ ରୀସର୍ଟ ପକ୍ଷରୁ ସଞ୍ଜୟ ଜେନା ଓ ଚିନ୍ମୟ ସାମନ୍ତରାୟ ସୁଚନା ଦେଇଛନ୍ତି। ବୁକିଂ ପାଇଁ ୭୮୯୪୧୦୯୬୮୮ ଓ ୯୪୩୯୧୦୬୬୮୮ ରେ ସାଧାରଣ ଲୋକେ ଯୋଗାଯୋଗ କରିପାରିବେ।

Leave a Reply

Your email address will not be published. Required fields are marked *