ଦିଲ୍ଲୀ ରେ ଗତ କିଛି ଦିନ ଧରି ଶୀତର ଲହରୀ ବୃଦ୍ଧି

ସମଗ୍ର ଉତ୍ତର ଭାରତ ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ରେ ଗତ କିଛି ଦିନ ଧରି ଶୀତର ଲହରୀ ବୃଦ୍ଧି ପାଇଥିବା ବେଳେ ଇଂରେଜୀ ନବବର୍ଷ ଅବସରରେ କିନ୍ତୁ ସୋମବାର ଦିନ ମହାନଗର ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ, ଦିଲ୍ଲୀ ବାସିନ୍ଦା ଙ୍କ ମଧ୍ୟରେ ବେସ ଉଷ୍ମତା ଦେଖିବାକୁ ମିଳିଥିଲା | ପ୍ରବାସୀ ଓଡ଼ିଆ ମାନେ ନୂତନ ବର୍ଷ କୁ ସ୍ୱାଗତ କରିବା ସହ ନୂତନ ଉତ୍ସାହ, ଉଦ୍ଧିପନା ଓ ନୂତନ ଯୋଜନାର ସଫଳ ରୂପାୟନ କରିବା ପାଇଁ ବେଶ ତତ୍ପରତା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା. ନୂତନ ବର୍ଷ ଅବସରରେ ଆନୁମାନିକ ଦଶ ହଜାର ପ୍ରବାସୀ ଓଡ଼ିଆ, ଶ୍ରଦ୍ଧାଳୁ ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ପାଇଁ ପୂର୍ବାହ୍ନ ରୁ ରାତ୍ର ପହଡ଼ ପଡିବା ଯାଏ ଅରବିନ୍ଦ ମାର୍କେଟ ଠାରୁ ହାଉଜଖାସ ମନ୍ଦିର ଯାଏ ଲମ୍ବା ଲାଇନ କରି ଭିଡ଼ ଲଗାଇଥିଲେ | ଦିଲ୍ଲୀ ର ପ୍ରବାସୀ ଓଡ଼ିଆ ମାନଙ୍କ ମୁଖ୍ୟ ମିଳନ ସ୍ଥଳ ଦକ୍ଷିଣ ଦିଲ୍ଲୀ ର ହାଉଜଖାସ ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ରେ ପ୍ରବାସୀ ଓଡ଼ିଆ ମାନେ ସପରିବାର, ସାଙ୍ଗସାଥି, ବନ୍ଧୁବାନ୍ଧବ ଙ୍କ ଗହଣ ରେ ଆସି ପୂର୍ବାହ୍ନ ରୁ ବିଳମ୍ବିତ ରାତ୍ର ଯାଏ ଲମ୍ବା ଧାଡି ରେ ରହି ମହାପ୍ରଭୁ ଙ୍କ କୃପାଭିକ୍ଷା କରିବା ସହ ସମୂହ ପ୍ରସାଦ ସେବନ ରେ ସାମିଲ ହୋଇଥିଲେ.ନୂଆ ବର୍ଷ ଅବସରରେ ପୂର୍ବାହ୍ନ ରେ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସପରିବାର ସହ ଆସି ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରି ସହ କୃପା ଭିକ୍ଷା କରିଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ସୋମନାଥ ଭାରତୀ ଶ୍ରୀ ବିଗ୍ରହ ମାନଙ୍କୁ ଦର୍ଶନ କରିବା ସହ ସାଂସ୍କୃତିକ ଗ୍ରୁପର କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ.ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ନୀଳାଚଳ ସେବା ସଙ୍ଘ ପକ୍ଷରୁ କଣ୍ଠଶିଳ୍ପୀ ଶିବ ପ୍ରସାଦ ଦାସ (ଶିବ ନନା ) ଏବଂ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଭକ୍ତି ନୈବେଦ୍ୟ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ. ଭକ୍ତ ମାନଙ୍କ ସୁରୁଖୁରୁରେ ଦର୍ଶନ କରିବା ସହ, ପ୍ରସାଦ ସେବନ ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦିଗରେ ଶ୍ରୀ ନୀଳାଚଳ ସେବା ସଙ୍ଘ ପକ୍ଷରୁ ମନ୍ଦିର ସଭାପତି ବିଘ୍ନେଶ୍ୱର ରାଉତ,ସମ୍ପାଦକ ରବିନ୍ଦ୍ର ପ୍ରଧାନ, ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ,,ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ, ଦିଲୀପ ସ୍ବାଇଁ, କୋଷାଧକ୍ଷ ପଙ୍କଜ ମହାନ୍ତି କାର୍ଯ୍ୟକାରୀ କମିଟି ର ସଦସ୍ୟ, ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର ରଙ୍କନିଧି ସାହୁ, ଅଶୋକ ପ୍ରଧାନ ଙ୍କ ସହ ମନ୍ଦିର ର ଅନ୍ୟାନ୍ୟ ସଦସ୍ୟ,ମନ୍ଦିର ପରିଚାଳକ ରଶ୍ମୀ ରଞ୍ଜନ ବେହେରା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ କର୍ମଚାରୀ, ଅଧିକାରୀ ଙ୍କୁ ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲ |

ଦିଲ୍ଲୀ ରୁ ଲଷ୍ମୀନାରାୟଣ ବେବର୍ତ୍ତା ଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *