ସନ୍ଦେହ ଘେରରେ କମଣ୍ଡାଣ୍ଟଙ୍କ ଆତ୍ମହତ୍ୟା !
![](https://teerthkhetra.com/wp-content/uploads/2023/04/Screenshot_2023-04-25-20-42-40-99_6012fa4d4ddec268fc5c7112cbb265e7.jpg)
ରାୟଗଡା, ୨୫/୦୪- ରାୟଗଡା ସହର ସ୍ଥିତ ସି ଆର ପି ଏଫ୍ ଚତୁର୍ଥ ବାଟାଲିୟନ କ୍ୟାମ୍ପରେ ବିହାରର ସୁନୀଲ କୁମାର ସେକେଣ୍ଡ ଇନ କାମାଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିଲେ । ଆଜି ମଙ୍ଗଳବାର ଦିନ ନିଜସ୍ଵ ସରକାରୀ ବାସ ଭବନରେ ନିଜ ଏକେ 47 ରାଇଫଲରୁନିଜ ଛାତିକୁ ଗୁଳି କରି ଆତ୍ମ ହତ୍ୟା କରିଥିବା ଜଣା ପଡ଼ିଛି । ଆତ୍ମ ହତ୍ୟାର କାରଣ ଅସ୍ପଷ୍ଟ ଅଛି । ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସହ ଚତୁର୍ଥ ବାଟାଲିୟନ କ୍ୟାମ୍ପରେ ପହଞ୍ଚି ଆତ୍ମ ହତ୍ୟାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ସୁନୀଲ କୁମାରଙ୍କ ମୃତ ଶରୀରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେଶବ ବ୍ୟବଚ୍ଛେଦ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ କେତୋଟି ଗୁଳି ଓ କେଁଉ ଜାଗାରେ ବାଜିଛି ଏକ୍ସରେ କରାଯିବାପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ପରେ ତାଙ୍କ ପାର୍ଥିବ ଶରୀରକୁ ଆତ୍ମୀୟ ପରିଜନମାନଙ୍କୁ ହସ୍ତାନ୍ତର କରାଯିବା ସହ ତାଙ୍କ ନିଜସ୍ଵ ଗ୍ରାମକୁ ପହଞ୍ଚାଯିବ ବୋଲି ଜଣା ପଡିଛି । ସେଠାରେ ତାଙ୍କର ଶବ ସତ୍କାର ହେବାର ସୂଚନା ମିଳିଛି ।
ରିପୋର୍ଟ- ନୀଳାମ୍ବର ମିଶ୍ର, ରାୟଗଡା ।