ପ୍ରଧାନ ଶିକ୍ଷକଙ୍କ ସେବାନିବୃତ ସମ୍ବର୍ଦ୍ଧନା ସମାରୋହ

ବରକେରା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ସେବାନିବୃତ ସମ୍ବର୍ଦ୍ଧନା ସମାରୋହ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ବର୍ଷୀୟାନ ଶିକ୍ଷକ ଶ୍ରୀଯୁକ୍ତ ମିଟୁ କିଶୋର ପ୍ରଧାନ ମହୋଦୟଙ୍କ ସେବାନିବୃତ ସମ୍ବର୍ଦ୍ଧନା ସମାରୋହ ଓ ବିଦ୍ୟାଳୟର ୧୨୦ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ମୂଖ୍ୟ ଫାଟକ ଠାରୁ ଅତିଥି ପ୍ରକୋଷ୍ଠ ପର୍ଯ୍ୟନ୍ତ ଅତିଥିମାନଙ୍କୁ ଦୁବ, ବରକୋଳିପତ୍ର ,ଅରୁଆ ଚାଉଳ , ଚନ୍ଦନ, କସ୍ତୁରୀ, ଧୂପଦୀପ ଓ ସୁବାସିତ ଜଳରେ ମଙ୍ଗଳ ଗୀତିରେ ବନ୍ଦାପନା କରି ରଙ୍ଗାୟିତ ବେଶରେ ଛାତ୍ରଛାତ୍ରୀମାନେ ବୀରବାଦ୍ୟ ବାଦନ ପୂର୍ବକ ସାଦରେ ପାଛୋଟି ଆଣିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଅବସରପ୍ରାପ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପ୍ରଧାନ ମହୋଦୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ରାଧାନାଥ ଶିକ୍ଷକ ପ୍ରଶିକ୍ଷଣ ତାଲିମ୍ ପ୍ରତିଷ୍ଠାନର ସହକାରୀ ପ୍ରାଧ୍ୟାପକ ଡଃ ସ୍ଵାଗତମ ଦାଶ ମୂଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ସହମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବ୍ରଜ କିଶୋର ଜେନା, ସମ୍ମାନୀତ ଅତିଥି ଭାବେ ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସ୍ବାଇଁ, ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସର୍ବଶ୍ରୀ ପ୍ରମୋଦ କୁମାର ପରିଡା,ପ୍ରଫୁଲ କୁମାର ବଳିୟାର ସିଂହ, ନିରଞ୍ଜନ ପାତ୍ର, ଯୁଧିଷ୍ଠିର ପରିଡାଙ୍କ ସହିତ ଡେଲାଙ୍ଗ ସହମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ, ଶ୍ରୀମତୀ ସୁଷମା ଦାଶ, ଅବସରପ୍ରାପ୍ତ ସହମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦାସ, ଅବଧୂତ ଚମ୍ପତିରାୟ,ବରିଷ୍ଠ ସାମ୍ବାଦିକ ପ୍ରଶନ୍ନ କୁମାର ତ୍ରିପାଠୀ, କଣାସ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ସ୍ଵାଇଁ ,ମୁନିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦୟାନିଧି ମାର୍ଥା ଓ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଶ୍ରୀଯୁକ୍ତ ପବିତ୍ର ମୋହନ ପରିଡା ଯୋଗଦାନ କରିଥିଲେ। ଏକ ସ୍ଵତନ୍ତ୍ର ସାଜସଜ୍ଜା ଓ ଭକ୍ତିମୟ ତଥା ଭାବ ବିହ୍ଵଳିତ ପରିବେଶ ମଧ୍ୟରେ ସସମ୍ମାନେ ବିଦାୟି ଶିକ୍ଷକଙ୍କୁ ସଭାମଞ୍ଚକୁ ପାଛୋଟି ନିଆଯାଇଥିଲା।ସୁଲଳିତ କଣ୍ଠରେ ଓ ସୁନ୍ଦର ସାହିତ୍ୟିକ୍ୟ ଶବ୍ଦ ସଂଯୋଜନା କରି ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ପ୍ରବଚକ ସୁଧୀର କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଶାର କୁଳ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା।ପରେ ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ଆମ୍ଵ,ତାଳ,ନଡିଆ, ଖଜୁରୀକୋଳି ଓ ପର୍ଣ୍ଣ କୁଟୀରରେ ସଜେଇ ହୋଇଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ରେଞ୍ଚ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ପ୍ରଧାନ ବିଭୂ ବନ୍ଦନା କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ତଥା ଶିକ୍ଷକ ଲକ୍ଷ୍ମୀପ୍ରସାଦ ପାଣିଙ୍କ ନିର୍ଦ୍ଦେଶନାରେ ଓ ଲେନିନ୍ ପ୍ରଧାନ,ମାନସ ଓ ଅନୁଙ୍କ ବାଦ୍ୟଯନ୍ତ୍ର ସହଯୋଗିତାରେ କୁନିକୁନି ପିଲାମାନଙ୍କ କଣ୍ଠରେ ସୁମଧୁର ସ୍ଵାଗତ ସଂଗୀତ ପରିବେଷଣ କରାଯାଇଥିଲା। ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଶହୀଦ ବୀର ଜବାନ ଦେବାଶିଷ ବିଶ୍ଵାଳଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ଗଣେଶ୍ଵର ଦେବ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ନାୟକ ଓ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀଧର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଅବିଭାବକ ଛାତ୍ରୀ ଛାତ୍ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଦାୟି ଶିକ୍ଷକଙ୍କ ଗୁଣଗାନ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ , ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ, ପୁରୁଷୋତ୍ତମ ନାୟକ, ବଂଶୀଧର ମହାପାତ୍ର କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ସେହିପରି ସନ୍ଧ୍ୟା ଅଧିବେଶନରେ ଆୟୋଜିତ ସଭାରେ ଡେଲାଙ୍ଗ ପ୍ରାଥମିକ ସଂଘର ସଭାପତି ଶ୍ରୀଯୁକ୍ତ ଦିଗମ୍ବର ରଥଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଶ୍ରୀମତୀ ବାସନ୍ତୀ ସାହୁ ଅଧ୍ୟକ୍ଷା ପଞ୍ଚାୟତ ସମିତି ଡେଲାଙ୍ଗ ମୂଖ୍ୟ ବକ୍ତାଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ବାସା ନିଶଙ୍କ, ପୁରୀ ଜିଲ୍ଲା ଶିକ୍ଷକ ମହାସଂଘର ସଭାପତି ଶ୍ରୀଯୁକ୍ତ ସୋମନାଥ ନନ୍ଦ ଓ ସମ୍ପାଦକ ଶ୍ରୀଯୁକ୍ତ ରାମନାରାୟଣ ମିଶ୍ର,ପ୍ରଶାନ୍ତ ଦାସ,ଗୋଲକ ବିହାରୀ ବରାଳ ଧୀରେନ୍ଦ୍ର ବିଣାକାର, ପ୍ରହଲ୍ଲାଦ ଦାଶ ପ୍ରମୁଖ ଯୋଗଦାନକରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ବାର୍ଷିକ ବିବରଣୀ ପଠନ କରିଥିଲେ। ବିଦାୟି ଶିକ୍ଷକ ଶ୍ରୀଯୁକ୍ତ ମିଟୁ କିଶୋର ପ୍ରଧାନ ନିଜର କର୍ମମୟ ଜୀବନର ଅଭୁଲା ଅନୁଭୂତିକୁ ସମସ୍ତଙ୍କ ନିକଟରେ ଉପସ୍ଥାପିତ କରି ନିଜ ବିଦ୍ୟାଳୟର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ପରେ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ମିଟୁ କିଶୋର ପ୍ରଧାନଙ୍କ ସେବାଅବସର ସ୍ମରଣିକା “ମନ୍ଦରାଚଳର ମଞୁଷା”ର ଶୁଭ ଉନ୍ମୋଚନ ଓ ଲୋକାର୍ପଣ ହୋଇଥିଲା। ସେହିପରି ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ମଣ୍ଡଳସ୍ତରୀୟ ମଉଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ନାଭିଚକ୍ର ପ୍ରକୋଷ୍ଠର ଶୁଭୋଦଘାଟନ ମାନିତ ମୂଖ୍ୟ ଅତିଥିଙ୍କ କରକମଳରେ ହୋଇଥିଲା।ଏହି ଅବସରରେ ଏକ କୋହଭରା ପରିବେଷରେ ବିଦାୟୀ ଗୀତିକା ଗାନ କରି ଉପସ୍ଥିତ ଛାତ୍ର ଛାତ୍ରୀ ଆର୍ଶୀବାଦ ଭିକ୍ଷା କରିଥିଲେ।ସର୍ବଶେଷରେ ଚଣ୍ଡେଶ୍ଵରୀ ଉ.ପ୍ରା.ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଛାଟୋଇ ମୋତିଲାଲ ରାୟ, ନିରଞ୍ଜନ ସାହୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ ମଲ୍ଲିକ, ଅଭିମନ୍ୟୁ ପ୍ରଧାନ,ବସନ୍ତ ସେଠୀ, କୃତିବାସ ପରିଜା, ଅମରେନ୍ଦ୍ର ପ୍ରଧାନ, କ୍ଷେତ୍ରବାସୀ ଆଳୁକ,ପବିତ୍ର ପଣ୍ଡା,ପ୍ରଦିପ ବଳିୟାର ସିଂହ, ପ୍ରଫୁଲ୍ଲ ଦାସ, ମନୋରଞ୍ଜନ ମହାରଣା, ଜଗନ୍ନାଥ ପରିଡା, କୈଳାସ ସ୍ବାଇଁ, ଲୋକନାଥ ପ୍ରଧାନ ପ୍ରମୁଖ ଶତାଧିକ ଶିକ୍ଷକ, ଛାତ୍ର ଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁଙ୍କ ଗହଣରେ ବିଦାୟୀ ଶିକ୍ଷକଙ୍କୁ ନିଜସ୍ଵ ବାସଭବନ ଅଭିମୁଖେ ଏକ ସ୍ଵତନ୍ତ୍ର ଶୋଭାଯାତ୍ରାରେ ହର୍ଷଧ୍ଵନିରେ ପାଛୋଟି ନିଆଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଧୀର କୁମାର ଜେନା ସଂଯୋଜନା କରିଥିଲେ। ବାର୍ଷିକ କ୍ରୀଡା ଉତ୍ସବରେ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସର୍ବଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସହିଦ୍ ଦେବାଶିଷ ବିଶ୍ଵାଳଙ୍କ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଶୀର୍ଷକ ନାଟକ ଅମର ବୀର ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।