ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ହୋଇଥିବା ଗଣଦୁଷ୍କର୍ମ ଘଟଣାସ୍ଥଳ ବୁଲି ଦେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ହୋଇଥିବା ଗଣଦୁଷ୍କର୍ମ ଘଟଣାସ୍ଥଳ ବୁଲି ଦେଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀଙ୍କ ସହିତ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି ତହସିଲଦାରଙ୍କ ସମେତ କିଛି ଜିଲ୍ଲା ପ୍ରଶାସନର‌ ଅଧିକାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରେମୀ ଯୁଗଳ କେଉଁଠି ବସିଥିଲେ ଓ କେଉଁଠି ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା ସେ ନେଇ ବ୍ରହ୍ମପୁର ଏସପି ମନ୍ତ୍ରୀଙ୍କୁ ସେହି ସ୍ଥାନ ଦେଖାଇଥିଲେ । ତେବେ ପାନ୍ଥନିବାସ ପଛପଟ ସମୁଦ୍ର ବେଳାଭୂମିରେ ଗତ କିଛି ବର୍ଷ ପୂର୍ବରୁ ବ୍ଲୁ ଫ୍ଲାଗ ବିଚ ସହ ବିଚ୍ ସେକ କରିବା ନେଇ ପର୍ଯ୍ୟଟନ ବିଭାଗ ଓ ପୂର୍ବ ସରକାର ଯୋଜନା କରିଥିଲେ । ସେହି କ୍ରମରେ ସମୁଦ୍ର ବେଳାଭୂମିରେ ଚାରୋଟି କ୍ୟାବିନ କରାଯାଇଛି । ଆଉ ଏହି କ୍ୟାବିନ ନିକଟରେ ହିଁ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ତେଣୁ ଏହି କ୍ୟାବିନକୁ ତୁରନ୍ତ ଉଚ୍ଛେଦ କରିବା ନେଇ ସ୍ଥାନୀୟ ତହସିଲଦାରଙ୍କୁ କହିଛନ୍ତି ମନ୍ତ୍ରୀ । ସେହିପରି ସମୁଦ୍ର ବେଳାଭୂମିରେ ଆଲୋକିକରଣ କରାଯିବା ସହିତ ପେଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯିବ । ଏଭଳି ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ତେଣୁ ଘଟଣାକୁ ରେଡ୍ ଫ୍ଲାଗ ଭାବେ ବିବେଚିତ କରିବା ସହ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଆଇଜି ଘଟଣାର ଦାୟିତ୍ଵ ନେଇ ତଦନ୍ତ କରୁଥିବା ବେଳେ ପୋଲିସ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେଣୁ ଏଭଳି ଘଟଣା ସମୁଦ୍ର ବେଳାଭୂମିରେ ପୁନର୍ବାର ନ ହୁଏ ତାହାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୋଲିସ ସମସ୍ତ ପ୍ରକାରର ପଦକ୍ଷେପ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ, ।

Leave a Reply

Your email address will not be published. Required fields are marked *