ବାହାନଗାରେ ରେଲଓ୍ବେ ସେଫ୍ଟି କମିଶନର

ବାହାନଗା,୫ା୬(ଡି.ଏନ୍‌.ଏ.): ବାହାନଗାରେ ଶୁକ୍ରବାର ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ସୋମବାର ବାହାନଗାରେ ପହଞ୍ଚିଛନ୍ତି ରେଲଓ୍ବେ ସେଫ୍ଟି କମିଶନର ଶୈଳେଶ ପାଠକ। ଏଠାରେ ପହଞ୍ଚି ତଦନ୍ତ ପାଇଁ ସମୟ ଲାଗିବ ଏବଂ ପରେ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଷ୍ଟେଶନ ସିଗ୍‌ନାଲ ରୁମ୍‌ ସହ କଣ୍ଟ୍ରୋଲ ରୁମ୍‌ ବୁଲି ଦେଖିଛନ୍ତି। ନିରପେକ୍ଷ ତଦନ୍ତ ହେବ। ସୁରକ୍ଷାରେ ଅବହେଳା ହୋଇଛି କିମ୍ବା ଟେକ୍ନିକାଲ ତ୍ରୁଟି ରହିଥିଲା ସବୁ ଦିଗର ତଦନ୍ତ କରାଯିବ।

Leave a Reply

Your email address will not be published. Required fields are marked *