ନିମ୍ମମାନର କାର୍ଯ୍ୟର ବିରୋଧରେ ପ୍ରତିବାଦ

କାକଟପୁର – ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମିତ ଲକ୍ଷାଧିକ ଟଙ୍କାର କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ କରି ବାଙ୍ଗୁରୀଗାଁ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ କରାଯାଇଛି। ବାଙ୍ଗୁରୀଗାଁ କଂଗ୍ରେସ କମିଟିର ସଭାପତି ହୃଷିକେଶ ବେହେରାଙ୍କ ନେତୃତ୍ବରେ ଶତାଧିକ ସାଧାରଣ ଜନତା ବ୍ଳକ କଂଗ୍ରେସ କମିଟିର ସଭାପତି ଅବଧୂତ ସ୍ବାଇଁ, ପୁରୀ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ବିପିନ ବିହାରୀ ମହାନ୍ତି ପ୍ରମୁଖ କାର୍ଯ୍ୟସ୍ଥଳକୁ ଯାଇ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିବା ନିମ୍ନମାନର କାର୍ଯ୍ୟକୁ ବନ୍ଦ ରଖିବାପାଇଁ ପ୍ରତିବାଦ କରିଥିଲେ।କାର୍ଯ୍ୟ ଆରମ୍ଭ ପୂର୍ବରୁ ସରକାରୀ ନିୟମ ମୁତାବକ ଯୋଜନାର ନାମ, ଠିକାଦାରଙ୍କ ନାମ ଅନୁମୋଦିତ ରାଶି ସମେତ ଫଳକ ନ ଲଗାଇ ଠିକାଦାର ଅନଭିଜ୍ଞ ଠିକା ସଂସ୍ଥା ଦ୍ଵାରା ନିମ୍ନମାନର କାର୍ଯ୍ୟ କରାଉଥିବାରୁ କାର୍ଯ୍ୟ ସ୍ଥଳକୁ ବିଭାଗୀୟ ଯନ୍ତ୍ରୀ ନ ଆସିବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ ଅଡିବସିଥିଲେ।ଫଳରେ କିଛି ସମୟ ପାଇଁ ଅନଭିଜ୍ଞ ଠିକା ସଂସ୍ଥା କର୍ମଚାରୀ ଓ ଉପସ୍ଥିତ ସାଧାରଣ ଜନତାଙ୍କ ମଧ୍ୟରେ ଉଚ ଗଳାରେ ଯୁକ୍ତିତର୍କ ହୋଇ କାମ ବନ୍ଦ ରହିଥିଲା।