ବିକାଶ ମେଳା ଉଦଯାପିତ

ବିକାଶ ମେଳା ଉଦଯାପିତ
ପୁରୀ୧୮/୬ ଶରଧାବାଲି ଠାରେ ଗତ ୧୨ ତାରିଖ ଠାରୁ ଆରମ୍ଭ ହୋଇଥିବା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ର ବିକାଶ ମେଳା ଆଜି ସଂଧ୍ୟାରେ ଉଦଯାପିତ ହୋଇଥିଲା।ଏହି ଉଦଯାପନୀ ଉତ୍ସବ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ର ସଫଳ ରୂପାୟନ ସହ ଜନ ସଚେତନତା ସୃଷ୍ଟି ଏହି ବିକାଶ ମେଳା ର ଲକ୍ଷ୍ୟ।ଏହା ସହ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ର ମା ମାନେ ପାରମ୍ପରିକ ଖାଦ୍ୟ ର ବିପଣୀ ଖୋଲି ଲୋକ ମାନଙ୍କୁ ସୁଖାଦ୍ୟ ପ୍ରଦାନ ସହ ନିଜ ବ୍ୟବସାୟକୁ ଆଗେଇ ନେବା ଏକ ଭଲ ସୂଚନା ବୋଲି କହିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଏଥିରେ ଅଧ୍ୟକ୍ଷତା କରିବା ସହ ୧୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ୫୦ଟି ଷ୍ଟଲ ହୋଇଥିଲା

ଯେଉଁ ଥିରେ ୨୫ ବିଭିନ୍ନ ବିଭାଗ ର ଷ୍ଟଲ ଥିବା ବେଳେ୨୫ଟି ଖାଦ୍ୟ ଷ୍ଟଲ ଥିଲା।ଏହା ଅତ୍ୟନ୍ତ ସଫଳ ଭାବେ ସମ୍ପର୍ଣ୍ଣ ହୋଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେକାର୍ଯ୍ୟକ୍ରମ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ମିଶନ ଶକ୍ତି ଡିପିସି ସ୍ବାଗତିକା ପରିଡା ପ୍ରମୁଖ ଯୋଗ ଦେଇଥିଲେ।ଜିଲ୍ଲା ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ ପୁରୀ ମୁନିସିପାଲ୍ଟିର ମା ମଣିନାଗେଶ୍ବରୀ ଏସ ଏଚ ଜି,ଦ୍ୱିତୀୟ କୃଷ୍ଣ ପ୍ରସାଦ ବ୍ଲକ ର ମା ବ୍ରହ୍ମଦେବୀ ଏସ ଏଚ ଜି ଓ ତୃତୀୟ ହୋଇଥିବା ଗୋପର ମା ଝାଡେମଲେଶ୍ବରୀ ଏସ ଏଚ ଜି ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *