୨୦୨୪ ପାଇଁ ଅଣ୍ଟା ଭିଡ଼ିଲା ଜାତୀୟ କଂଗ୍ରେସ

୨୦୨୪ ପାଇଁ ଅଣ୍ଟା ଭିଡ଼ିଲା ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବାଲିଗୁଡ଼ା ରେ କର୍ମୀ ସମିଳନୀ ଓ ମିଶ୍ରଣ ପର୍ବ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବହୁ ଦିନ ପରେ ବାଲିଗୁଡ଼ା ଠାରେ ସଭାର ଆୟଜନ କରାଯାଇ ଥିଲା ଏହି ସଭାରେ ସଭାପତିତ କରିଥିଲେ କଂଗ୍ରେସ ଦଳ ର କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ଅନାମ ନାୟକ l ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ରେ ପହଞ୍ଚି ଛନ୍ତି କଂଗ୍ରେସର ବରିଷ୍ଟ ନେତା ତଥା ପୂର୍ଵତନ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟ ନାୟକ ବାଲିଗୁଡ଼ା ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ରୁ ବାହାରି ମୋଟର ସାଇକିଲ ଯୋଗେ ସଭାଯାତ୍ରା କରି ଗୁଳିମରାପଦା ସଭା ଗୃହ ଠାରେ ପହଞ୍ଚି ଥିଲେ l

ବିଜୟ ପଟ୍ଟନାୟକ ସଭା ସ୍ଥାନରେ ଆଗାମୀ 2024 ନିର୍ବାଚନ ପାଇଁ କର୍ମୀ ମାନଙ୍କୁ କର୍ଣ୍ଣ ମନ୍ତ୍ର ଦେଇ ଏହି ସଭାରେ ବିଜୁ ଜନତା ଦଳ ଛାଡ଼ି ଜାତୀୟ କଂଗ୍ରେସ ଦଳ ରେ ସାମିଲ ହେଲେ ବାରଖମା ପଞ୍ଚାୟତ,ସୁଡ୍ରା ପଞ୍ଚାୟତ, ଖମନଖୁଲ ର 15-20ଜଣ ଯୋଗଦେଇଛନ୍ତି ଏହି ମିଶ୍ରଣ ପର୍ବ ରେ ବାଲିଗୁଡ଼ା ବ୍ଲକ ସଭାପତି ଶ୍ରୀ ଆଇବର ନାୟକ, ବରିଷ୍ଟ ନେତା ସୀତାରାମ ପଣ୍ଡା,କୋଟଗଡ଼ ଜିଲ୍ଲା ପରିଷଦ ସଭ୍ୟ ଯିରୀମିୟ ସୁକାମାଝୀ,ବରିଷ୍ଟ ନେତା ସିମା ଆଚାର୍ଯ୍ୟ, ଟୁଟୁ ଆଚାରୀ, ବଳ ରାମ ଦୋରା, ସପ୍ନେଶ୍ୱର ସାହୁ, ଏବଂ କୋଟଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା, କେ ନୂଆଗାଁବ୍ଲକ ର ବହୁ କର୍ମୀ ଯୋଗଦେଇ ଥିଲେ ଆଶା ରଖିଛନ୍ତି ଆଗାମୀ ନିର୍ବାଚନ ରେ ବାଲିଗୁଡ଼ା ବିଜୟ ଲାଭ ହେବ ବୋଲି ପୂର୍ଵତନ କଂଗ୍ରେସ ସଂ।ସଦ ଶ୍ରୀ ନକୂଳ ନାୟକ କହିଛନ୍ତି l

Leave a Reply

Your email address will not be published. Required fields are marked *