ଭାଜପା ର ବିଧାନସଭା କାର୍ଯ୍ୟକର୍ତା ସମ୍ମିଳନୀ ଏବଂ ମିଶ୍ରଣ ପର୍ବ

ତା:24:01:2024 ବୁଧବାର ଦିନ ସକାଳ 10:00 ଘଣ୍ଟିକା ସମୟରେ ଉମରକୋଟ ବିଧାନସଭା ଅନ୍ତର୍ଗତ ଚିତ୍ର କୋଟ ଠାରେ ଏକ ବିଧାନ ସଭା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ସହିତ ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲା ଏଥିରେ ବିଧାନସଭା ନିର୍ବାଚନ ମଣ୍ଡଳୀ ର bjp ର ସମସ୍ତ କାର୍ଯ୍ୟକର୍ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ପ୍ରଚାର ଓ ପ୍ରସାର ପାଇଁ କେଉଁ ପ୍ରକାରର ରଣ କୌଶଳ କୁ ଆପଣାଇବାକୁ ହେବ ତାହା ନେତୃବୃନ୍ଦ କାର୍ଯ୍ୟକର୍ତା ଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।ଏହା ସହିତ ଆଖ ପାଖ ଅଞ୍ଚଳର ବହୁତ bjd କାର୍ଯ୍ୟକର୍ତା ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସବକା ସାଥ,ସବକା ବିକାଶ,ସବକା ବିଶ୍ବାସ,ସବକା ପ୍ରୟାସ ଏହି ମୂଳମନ୍ତ୍ର ରେ ଦେଶର ବିକାଶର ଧାରାକୁ ହୃଦବୋଧ କରି ଆଗାମୀ ନିର୍ବାଚନ ଫଳାଫଳ ର ପୂର୍ବାଆଭାସ କୁ ଅନୁଭବ କରି bjp ରେ ବିଧିବଦ୍ଧ ଭାବରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ମୁଖ୍ୟ ବକ୍ତା ଭାବେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବେ ବଳଭଦ୍ର ମାଝୀ,ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ,ଜିଲ୍ଲା ସଭାପତି ଜଗଦୀଶ ବିଷୟି ,ଜିଲ୍ଲା ସଂମ୍ପାଦକ ରାମ ନାୟକ,ଜିଲ୍ଲା ମହିଳା ସାଧାରଣ ସଂମ୍ପାଦିକା ମନ୍ଦିରା ନାୟକ,ଜିଲ୍ଲା ମହିଳା ସଂମ୍ପାଦିକା ଜୟନ୍ତୀ ମାଝୀଙ୍କ ସହ ସାତଟି ମଣ୍ଡଳ ର ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ଓ ସମସ୍ତ ପଞ୍ଚାୟତ ବୁଥ ସଭାପତି ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *