ପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧି ପାଇଁ ଅଖିଳ ଭାରତ କଂଗ୍ରେସ କମିଟିର ବିକ୍ଷୋଭ ପ୍ରଦର୍ଶନ

ପୁରୀ ୦୭/୦୭- ପୁରୀ ସଦରବ୍ଲକ କଂଗ୍ରେସ କମିଟି ତରଫରୁ ସଦରବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଅଖିଳ ଭାରତ କଂଗ୍ରେସ କମିଟିର ଡାକରା କ୍ରମେ ବିକ୍ଷୋଭ ପ୍ରଦର୍ଶନ କରାଯାଉଅଛି । ପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧି ନିତ୍ୟ ବ୍ୟବହୃତ ଦ୍ରବ୍ୟ ଭଳି,ତେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ଗରିବ ଖଟିଖିଆ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ସମସ୍ୟାର କାରଣ ହେଇଛି । ତୁରନ୍ତ ଏହି ଦର ବୃଦ୍ଧିକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟାହାର କରିବା ପାଇଁ ଆମେ ଦାବି କରୁଛୁ । ଏହି ବିକ୍ଷୋଭରେ ସଦରବ୍ଲକ ସଭାପତି ଅବିନାଶ ମିଶ୍ର ,ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା, ବରିଷ୍ଠ କଂଗ୍ରେସ ନେତା, ଵିଷ୍ଣୁ ପ୍ରସାଦ ମିଶ୍ର, ରାଜେଶ ମିଶ୍ର,ଆଇନିଜୀବୀ ସୁକାନ୍ତ ପ୍ରଧାନ, ଜୀବେଶ ଚନ୍ଦ୍ର ରଥ, ଆଲୋକ କୁମାର ଦାସ,ଆଶୁତୋଷ ମିଶ୍ର, ମାନସ ମିଶ୍ର, ଅନୀଲ କୁମାର ସ୍ୱାଇଁ, ଗୁଡୁ ସ୍ୱାଇଁ, ପ୍ରସନ୍ନ ପ୍ରଧାନ, ମାଧବ ସ୍ୱାଇଁ, ଜିତୁ ସ୍ୱାଇଁ,ସୀତାକାନ୍ତ ମହାନ୍ତି, ପ୍ରଦୀପ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।